ଗାନ୍ଧୀନଗର:ପଞ୍ଜାବରେ ପ୍ରଚଣ୍ଡ ବହୁମତରେ ସରକାର ଗଢିବା ପରେ ଆସୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଆମ ଆଦମି ପାର୍ଟି(AAP) । ବିଜେପିିର ଗଡ କୁହାଯାଉଥିବା ଗୁଜୁରାଟରେ ଚଳିତଥର ବିଧାନସଭା ନିର୍ବାଚନରେ ଟକ୍କର ଦେବା ପାଇଁ AAP ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି ।
ଆଜି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବାବେଳେ ଅହମ୍ମଦାବାଦରେ ଏକ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ଦଳକୁ ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି । ରୋଡ ସେ ପୂର୍ବରୁ ଉଭୟ ପ୍ରସିଦ୍ଧ ସାବରମାତି ଆଶ୍ରମ ମଧ୍ୟ ପରିଦର୍ଶନ କରିଥିଲେ ।
ଆଜି ରୋଡ ସୋରେ ବିଜେପିକୁ ସିଧା ଟାର୍ଗେଟ କରିଥିଲେ କେଜ୍ରିଓ୍ବାଲ । ରାଜ୍ୟରେ 25 ବର୍ଷ ଶାସନ କରିବା ପରେ ବିଜେପି ଅହଂକାରରେ ବୁଡ଼ି ଯାଇଛି ଏବଂ ଲୋକମାନେ ତାଙ୍କ ଦଳକୁ ଏକ ସୁଯୋଗ ଦେବା ଉଚିତ ବୋଲି କହିଥିଲେ । ସେହିପରି ମାନ କହିଛନ୍ତି, ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜୁରାଟ ତାଙ୍କ ଦଳକୁ ଅବସର ଦେବା ପାଇଁ ପ୍ରସ୍ତୁତ ଅଛି । କେଜ୍ରିୱାଲ ରାଜନୀତି କିପରି କରିବେ ତାହା ଜାଣନ୍ତି ନାହିଁ, କିନ୍ତୁ ଦୁର୍ନୀତିକୁ କିପରି ଦୂର କରିବେ ଜାଣିଛନ୍ତି । ଦିଲ୍ଲୀରେ ସେମାନେ ଦୁର୍ନୀତି ସମାପ୍ତ କରିଛନ୍ତି, ପଞ୍ଜାବରେ ମଧ୍ୟ ଦୂର୍ନୀତି ବିରୋଧୀ ଲଢେଇ ଆରମ୍ଭ କରିଛନ୍ତି ବୋଲି କହିଥିଲେ ମାନ । 25 ବର୍ଷର ଶାସନ ପରେ ଅହଂକାରରେ ବୁଡି ରହିଥିବା ବିଜେପି ପରିବର୍ତ୍ତେ AAP କୁ ଏକ ସୁଯୋଗ ଦିଅନ୍ତୁି ବୋଲି କହିଥିଲେ ମାନ ।