ଓଡିଶା

odisha

ETV Bharat / bharat

Article 370 Abrogation: ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା କେବେ ମିଳିବ: ସୁପ୍ରିମକୋର୍ଟ - ଧାରା 370 ଉଚ୍ଛେଦ ମାମଲା

ଶୁଣାଣି ବେଳେ ମୌଖିକ ରୂପେ ପ୍ରଧାନ ବିଚାରପତି କହିଛନ୍ତି ଆମେ ବୁଝୁଛୁ ଏହା ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ । ରାଷ୍ଟ୍ରୀୟ ସୁରକ୍ଷାକୁ ଧ୍ୟାନରେ ରଖି ରାଷ୍ଟ୍ର ସର୍ବୋପରି ଚିନ୍ତା ଆମେ ମଧ୍ୟ କରୁଛୁ । କିନ୍ତୁ ଲୋକଙ୍କ ଅଧିକାରକୁ ମଧ୍ୟ ଅଗ୍ରାଧିକାର ଦେବାକୁ ପଡିବ । ଅନ୍ତତଃ ଏଥିପାଇଁ ଆପଣ(ସଲିସିଟର ଜେନେରାଲ) ଉଚ୍ଚସ୍ତରୀୟ ଅଧିକାରୀ ସ୍ତରରେ ଆଲୋଚନା କରି କୋର୍ଟଙ୍କୁ ଅବଗତ କରିପାରିବେ । ଆପଣ କହିପାରିବେ କି ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା କେବେ ସୁଦ୍ଧା ମିଳିବ । ଅଧିକ ପଢନ୍ତୁ

Article 370 Abrogation
Article 370 Abrogation

By ETV Bharat Odisha Team

Published : Aug 29, 2023, 6:10 PM IST

ନୂଆଦିଲ୍ଲୀ: କେବେ ସୁଦ୍ଧା ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ? ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ କଣ ରହିଛି ସମୟସୀମା? ସରକାର ଜାମ୍ମୁ କାଶ୍ମୀରର ସ୍ଥିତି ସ୍ବାଭାବିକ ପାଇଁ କଣ କଣ ପଦକ୍ଷେପ ନେଉଛନ୍ତି ? ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକାଧିକ ମାମଲାର ଆଜି ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏଭଳି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

5 ଅଗଷ୍ଟ 2019 ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିରୋଧ କରି ଏକାଧିକ ମାମଲା ସୁପ୍ରିମକୋର୍ଟରେ ଦାୟର ହୋଇଛି । ସମସ୍ତ ମାମଲାର ଏକତ୍ର ଶୁଣାଣି କରୁଛନ୍ତି ସର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ଖଣ୍ଡପୀଠ। ଆଜି ମାମଲା ଗୁଡିକର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଜବାବ ମାଗିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଜାମ୍ମୁ କାଶ୍ମୀରକୁ କେବେ ସୁଦ୍ଧା ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ? ଜାମ୍ମୁ କାଶ୍ମୀରରେ ସ୍ଥିତି ସ୍ବାଭାବିକ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି? କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟର ମାନ୍ୟତା ମିଳିବ କି ନାହିଁ? କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ରଖି ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, 2019 ରେ ଧାରା 370 ଉଚ୍ଛେଦ ବେଳେ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ଏହା ସ୍ପଷ୍ଟ କରିଛନ୍ତି ଯେ ଜାମ୍ମୁ କାଶ୍ମୀର ସ୍ଥାୟୀ ରୂପେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ରହିବ ନାହିଁ । ସଠିକ ସମୟ ଆସିଲେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରିବେ । ପ୍ରଥମଥର ପାଇଁ ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇଛି । ଯେଉଁଥିରେ 34 ହଜାରରୁ ଅଧିକ ଲୋକ ପ୍ରତିନିଧି ନିର୍ବାଚିତ ହୋଇ ଆସିଛନ୍ତି । କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ସ୍ଥିତି ସ୍ବାଭାବିକ ସହ ଲୋକତନ୍ତ୍ରକୁ ସଠିକ ରୂପେ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଲଦାଖ ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ରହିବ । ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଜବାବ ଦେବାପାଇଁ ଏସଜି ଗୋଟିଏ ଦିନ ସମୟ ମାଗିଛନ୍ତି ।

ଏହାବି ପଢନ୍ତୁ- ଅଗଷ୍ଟ 2ରୁ ଧାରା 370 ଶୁଣାଣି କରିବେ ସୁପ୍ରିମକୋର୍ଟ

ଶୁଣାଣି ବେଳେ ମୌଖିକ ରୂପେ ପ୍ରଧାନ ବିଚାରପତି କହିଛନ୍ତି ଆମେ ବୁଝୁଛୁ ଏହା ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ । ରାଷ୍ଟ୍ରୀୟ ସୁରକ୍ଷାକୁ ଧ୍ୟାନରେ ରଖି ରାଷ୍ଟ୍ର ସର୍ବୋପରି ଚିନ୍ତା ଆମେ ମଧ୍ୟ କରୁଛୁ । କିନ୍ତୁ ଲୋକଙ୍କ ଅଧିକାରକୁ ମଧ୍ୟ ଅଗ୍ରାଧିକାର ଦେବାକୁ ପଡିବ । ଅନ୍ତତଃ ଏଥିପାଇଁ ଆପଣ(ସଲିସିଟର ଜେନେରାଲ) ଉଚ୍ଚସ୍ତରୀୟ ଅଧିକାରୀ ସ୍ତରରେ ଆଲୋଚନା କରି କୋର୍ଟଙ୍କୁ ଅବଗତ କରିପାରିବେ । ଆପଣ କହିପାରିବେ କି ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା କେବେ ସୁଦ୍ଧା ମିଳିବ । ଏଥିପାଇଁ ସରକାରଙ୍କ କଣ ଯୋଜନା ରହିଛି? ସିଜେଆଇ ଏହା ମଧ୍ୟ କହିଛନ୍ତି କି ରାଷ୍ଟ୍ରୀୟ ସୁରକ୍ଷାକୁ ଧ୍ୟାନରେ ରଖି କଣ ସଂସଦ ଏକ ନିର୍ଦ୍ଧାରିତ ସମୟ, ନିର୍ଦ୍ଧାରିତ ଅନୁମତି ଦେଇପାରିବ ନାହିଁ କି? କୌଣସି କେନ୍ଦ୍ର ଶାସିତ ଅଞ୍ଚଳକୁ କେତେ ସମୟ ମଧ୍ୟରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବା ଉଚ୍ଚିତ।

ସିଜେଇ ଜଷ୍ଟିସ ଚନ୍ଦ୍ରଚୂଡ ଏହା ମଧ୍ୟ କହିଛନ୍ତି ରାଜ୍ୟ ହେଉ ଅବା କେନ୍ଦ୍ର ଶାସିତ ଅଞ୍ଚଳ, ଯଦି ରାଷ୍ଟ୍ର ଜୀବିତ ରହିବ ଆମେ ସମସ୍ତେ ବଞ୍ଚିବା । ଯଦି ରାଷ୍ଟ୍ର ଜୀବିତ ରହିବ ନାହିଁ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାସଙ୍ଗିକତା ରହିବ ନାହିଁ । ଜାମ୍ମୁ କାଶ୍ମୀରରେ କେନ୍ଦ୍ର ସରକାର କଣ କଣ କରିଛନ୍ତି କଣ କଣ କରିବାକୁ ଯାଉଛନ୍ତି ସମ୍ପୂର୍ଣ୍ଣ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ରଖିବା ଉଚିତ । ଏନେଇ ଏସଜି ମେହଟ୍ଟା କହିଛନ୍ତି ସେ ଏନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ୍ଣ ଜବାବ ଆସନ୍ତା ଗୁରୁବାର ଦିନ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ । ସାମ୍ବିଧାନିକ ଖଣ୍ଡପୀଠରେ ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ, ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୀବ ଖାନ୍ନା ଓ ବିଆର ଗୋଗେଇ ଅଛନ୍ତି ।

ABOUT THE AUTHOR

...view details