ଓଡିଶା

odisha

ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ, ସେନା ଗୁଳିରେ ୩ ଆତଙ୍କୀ ସଫା

By

Published : Aug 25, 2022, 3:27 PM IST

ଭାରତୀୟ ସୀମା ଭିତରକୁ ଅନୁପ୍ରବେଶବେଳେ ୩ ଜଣ ଅନୁପ୍ରବେଶକାରୀଙ୍କୁ ମାରି ଟଳାଇଲା ଭାରତୀୟ ସେନା ଓ ପୋଲିସ Army and Baramulla Police neutralised infiltrators । ଜମ୍ମୁ କାଶ୍ମୀର ଉରୀ ଅଞ୍ଚଳର କମାଲକୋଟ ସେକ୍ଟରରେ ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଅଧିକ ପଢ଼ନ୍ତୁ

ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାର ଦୁଃସାହସ, ସେନା ଗୁଳିରେ ୩ ଆତଙ୍କୀ ସଫା
ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାର ଦୁଃସାହସ, ସେନା ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ମଡିୟାନ ନାୟକ ପୋଷ୍ଟ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶବେଳେ ୩ ଜଣ ଅନୁପ୍ରବେଶକାରୀଙ୍କୁ ମାରି ଟଳାଇଲା ଭାରତୀୟ ସେନା ଓ ପୋଲିସ(Army and Baramulla Police neutralised infiltrators) । ଜମ୍ମୁ କାଶ୍ମୀର ଉରୀ ଅଞ୍ଚଳର କମାଲକୋଟ ସେକ୍ଟରରେ(Kamalkote sector) ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । (terror activity in Jammu and Kashmir)ଏହାକୁ ନେଇ ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

୩ ଜଣ ଆତଙ୍କୀ କମାଲକୋଟ ସେକ୍ଟରରେ ଅନୁପ୍ରବେଶ କରିଥଇବା ସୂଚନା ପାଇଥିଲା ଭାରତୀୟ ସେନା । ଏହାପରେ ସେମାନଙ୍କୁ ଟ୍ରାକ୍‌ କରାଯାଇଥିଲା । ଟ୍ରାକ୍‌ କରିବା ଉପରେ ୩ ଜଣ ଆତଙ୍କୀଙ୍କ ସଫା କରିଛି ସେନା ଓ ପୋଲିସ (Army neutralised infiltrators in Uri)। ୩ ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ସହ ଅନ୍ୟ ହତିଆର ଜବତ ହୋଇଥିବା ସୂତ୍ରରୁ ଖବର ମିଳିଛି ।

ଏହା ବି ପଢ଼ନ୍ତୁଆତ୍ମଘାତୀ ମିଶନରେ ଆସିଥିଲା ଅନୁପ୍ରବେଶକାରୀ, ସେନା ଗୁଳିରେ ହୋଇଥିଲା ଆହତ

ନିକଟରେ ଜମ୍ମୁର ରଜୌରୀ ଅଞ୍ଚଳରେ ମଧ୍ୟ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା । ପଶ୍ଚିମାଞ୍ଚଳର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ କିଛି ଆତଙ୍କୀ ଅନୁପ୍ରବେଶ ଚେଷ୍ଟା କରୁଥିବାବେଳେ, ସେନାର ତୀକ୍ଷ୍ଣ ନଜରରୁ ବଞ୍ଚି ପାରିନଥିଲେ । ଭାରତୀୟ ସେନାର ଗୁଳିର ଶିକାର ପାଲଟିଥିଲେ ସମସ୍ତ ଆତଙ୍କବାଦୀ ।

ଗତ ଅଗଷ୍ଟ ୨୧ ତାରିଖରେ ମଧ୍ୟ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ପାର୍‌ କରିବାକୁ ଚେଷ୍ଟା କରିଥିଲା । ତେବେ ସେନା ଗୁଳିରେ ଉଭୟ ଆହତ ହୋଇଥିଲା । ଅନୁପ୍ରବଶକାରୀର ନାମ ତବାରାକ ହୁସେନ ଓ ସେ ଆତ୍ମଘାତୀ ଆକ୍ରମଣ ମିଶନରେ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରିଥିବା ସେନା କହିଥିଲା ।

ଏହା ବି ପଢ଼ନ୍ତୁସୀମା ଅତିକ୍ରମ ବେଳେ ଧରା ପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଏହି ଆତଙ୍କବାଦୀର ଏହା ପ୍ରଥମ ଅନୁପ୍ରବେଶ ନୁହେଁ ବରଂ ସେ ପୂର୍ବରୁ ମଧ୍ୟ ଏପରି ପ୍ରୟାସ କରିସାରିଥିଲା । ଆଜି ଦ୍ବିତୀୟ ଥର ପାଇଁ ଏହି ସେ ଏହି ମିଶନରେ LOC ଅତିକ୍ରମ କରିବା ପାଇଁ ଚେଷ୍ଟା କରିବା ବେଳେ ସୁରକ୍ଷାବଳର ଗୁଳିରେ ଆହତ ହୋଇଥିଲା ।

ତେବେ ଆଜି ପୂର୍ବାହ୍ନରେ ଏହି ପାକିସ୍ତାନୀ ଅନୁପ୍ରବେଶକାରୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଅଞ୍ଚଳ ଆଡକୁ ବଢୁଥିବାବେଳେ, ଗୁଳି ଚଳାଇଥିଲା ଭାରତୀୟ ସୀମା ସୁରକ୍ଷା ବଳର ଯବାନ । ଏଥିରେ ସେ ଆହତ ମଧ୍ୟ ହୋଇଥିଲା । ଘଟଣାର ତଦନ୍ତ ଆରମ୍ଭ କରାଯିବା ପରେ ଉକ୍ତ ଆତଙ୍କୀ ଆତ୍ମଘାତୀ ଆକ୍ରମଣକାରୀ ବୋଲି ଜଣାପଡିଛି । ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂକୁ ମଧ୍ୟ କଡାକଡି କାରଯାଇଛି ।

For All Latest Updates

ABOUT THE AUTHOR

...view details