ଓଡିଶା

odisha

ETV Bharat / bharat

Gyanvapi Row: ଶିବଲିଙ୍ଗର ସୁରକ୍ଷା ଅବଧି ବୃଦ୍ଧି, ମୁସଲିମ ପକ୍ଷ ଯାଚିକାର ଉତ୍ତର ରଖିବ ହିନ୍ଦୁ ପକ୍ଷ - ଜ୍ଞାନବ୍ୟାପୀ ମସଜିଦ ବିବାଦ

ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶିବଲିଙ୍ଗର ସୁରକ୍ଷା ଅବଧିକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

apex court extends protection of Shivling in Gyanvapi Masjid
Gyanvapi Row: ଶିବଲିଙ୍ଗର ସୁରକ୍ଷା ଅବଧି ବୃଦ୍ଧି, ମୁସଲିମ ପକ୍ଷ ଯାଚିକାର ଉତ୍ତର ରଖିବ ହିନ୍ଦୁ ପକ୍ଷ

By

Published : Nov 11, 2022, 7:13 PM IST

ନୂଆଦିଲ୍ଲୀ:ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶିବଲିଙ୍ଗର ସୁରକ୍ଷା ଅବଧିକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ବାରାଣାସୀରେ ମସଜିଦ ପରିସରରେ ଶିବଲିଙ୍ଗ ରହିଥିବା ନେଇ ହିନ୍ଦୁ ପକ୍ଷ ଦାବି କରିଛନ୍ତି । ସେପଟେ ଏହା ଶିବଲିଙ୍ଗ ନୁହେଁ ବରଂ ଏକ ୱାଟର ଫାଉଣ୍ଟେନ୍‌ ବୋଲି ଦାବି କରିଛନ୍ତି ମୁସଲିମ ପକ୍ଷ ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ତା ସହିତ ହିନ୍ଦୁ ପକ୍ଷକୁ ବାରାଣାସୀ ଜିଲ୍ଲା କୋର୍ଟରେ ମୁସଲିମ୍‌ ପକ୍ଷରୁ ଦାଖଲ ହୋଇଥିବା ସମସ୍ତ ଯାଚିକାର ଉତ୍ତର ରଖିବାକୁ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ତିନି ସପ୍ତାହ ମଧ୍ୟରେ ସମସ୍ତ ଯାଚିକାର ଉତ୍ତର ରଖିବ ହିନ୍ଦୁ ପକ୍ଷ । ବାରାଣାସୀ ହାଇକୋର୍ଟ ଜ୍ଞାନବ୍ୟାପୀ ମସଜିଦକୁ ନେଇ ପର୍ଯ୍ୟବେକ୍ଷଣ ଆୟୁକ୍ତ ନିଯୁକ୍ତ କରିଥିଲେ । ଏହାକୁ ଚ୍ୟାଲେଞ୍ଜ୍‌ କରି ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛି । ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହାପୂର୍ବରୁ ହିନ୍ଦୁ ପକ୍ଷ ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଆବେଦନ କରିଥିଲେ । କିନ୍ତୁ କାର୍ବନ ଡେଟିଂ ଆବେଦନକୁ ଖାରଜ ହୋଇଥିଲା । ହିନ୍ଦୁ ପକ୍ଷ କରିଥିବା ଏହି ଆବେଦନକୁ ବାରାଣାସୀ ଜିଲ୍ଲା କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ ଓ କାର୍ବନ ଡେଟିଂ କରାଇବାକୁ ଆବେଦନ କରିଥିଲ ହିନ୍ଦୁ ପକ୍ଷ । ତେବେ ହିନ୍ଦୁ ପକ୍ଷଙ୍କୁ ଏହା ଏକ ବଡ଼ ଝଟକା ବୋଲି କୁହାଯାଇଥିଲା । ତେବେ ପୂର୍ବଭଳି ସିଲ୍ ହୋଇଥିବା ସ୍ଥାନର ସ୍ଥିତାବସ୍ଥା ବଜାୟ ରହିଥିଲା ।

ଜିଲ୍ଲା କୋର୍ଟ କହିଥିଲେ, "ସୁପ୍ରିମକୋର୍ଟ କହିଥିଲେ ଯେଉଁ ଶିବଲିଙ୍ଗ ମିଳିଛି ତାହାକୁ ସୁରକ୍ଷିତ ଭାବରେ ରଖାଯିବ । ବୈଜ୍ଞାନିକ ଯାଞ୍ଚ ଓ କାର୍ବନ ଡେଟିଂ ଦ୍ବାରା ଶିବଲିଙ୍ଗ ପ୍ରତି ବିପଦ ସୃଷ୍ଟି ହେବା ସମ୍ଭାବନା ରହିଛି । ତା ସହିତ ଏହି ଆବେଦନକୁ ସ୍ବୀକାର କରିବା ଦ୍ବାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେବ । ତେଣୁ ହିନ୍ଦୁ ପକ୍ଷର ଏହି ଆବେଦନକୁ ଖାରଜ କରିଛନ୍ତି ବାରାଣାସୀ ଜିଲ୍ଲା କୋର୍ଟ ।"

ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦକୁ ନେଇ ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚକୁ ନେଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହାକୁ ସ୍ଥଗିତ ରଖିଥିଲେ । ଶିବଲିଙ୍ଗର କାର୍ବନ ଡେଟିଂ ତଥା ଆଧୁନିକ ଉପାୟରେ ଯାଞ୍ଚ କରିବା ଲାଗି ୪ ମହିଳା ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

ABOUT THE AUTHOR

...view details