ଓଡିଶା

odisha

ETV Bharat / bharat

କୁବେର ବସଯାତ୍ରୀ ଗିରଫ: ନିକଟରୁ ବାହାରିଲା ୮ କେଜି ସୁନା, ୯୦ ଲକ୍ଷ ଟଙ୍କା

ଆନ୍ଧ୍ରପ୍ରଦେଶରେ ସୁନା ଅଳଙ୍କାର ଚୋରା ଚାଲାଣ । ଜଣେ ବସଯାତ୍ରୀଙ୍କ ଠାରୁ ବାହାରିଲା ୮ କେଜି ସୁନା ସହ ୯୦ ଲକ୍ଷ ନଗଦ ଟଙ୍କା । ଅଧିକ ପଢନ୍ତୁ

କୁବେର ବସଯାତ୍ରୀ ଗିରଫ, ନିକଟରୁ ବାହାରିଲା ୮ କେଜି ସୁନା ସହ ୯୦ ଲକ୍ଷ ଟଙ୍କା
କୁବେର ବସଯାତ୍ରୀ ଗିରଫ, ନିକଟରୁ ବାହାରିଲା ୮ କେଜି ସୁନା ସହ ୯୦ ଲକ୍ଷ ଟଙ୍କା

By

Published : Mar 7, 2022, 5:32 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ କୁବେର ବସଯାତ୍ରୀ ଠାବ । ତାଙ୍କ ନିକଟରୁ ୮ କେଜି ସୁନା, ୨୮ କେଜିରୁ ଅଧିକ ରୂପା ଓ ନଗଦ ୯୦ ଲକ୍ଷ ଟଙ୍କା ଜବତ ହୋଇଛି । ସେ ଏକ ଘରୋଇ ବସରେ ଏହାର ଚୋରା ଚାଲାଣ କରୁଥିବା ବେଳେ ରାଜ୍ୟ ପ୍ରବର୍ତ୍ତନ ବ୍ୟୁରୋ(SEB) ଗିରଫ କରିଛି । ଏହି ସମସ୍ତ ଜବତ ପଦାର୍ଥ ଓ ଟଙ୍କାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ବୋଲି ଜଣାପଡ଼ିଛି । ରବିବାର ପଞ୍ଚାଲିଙ୍ଗାଲା ଚେକ ପୋଷ୍ଟ ଠାରେ ଚେକିଂ ସମୟରେ ତାଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିଛି ।

ଏହି ଚେକ ପୋଷ୍ଟ ଠାରେ ମୋଟ ୫ ଜଣ ଏହି ସୁନା ଓ ରୂପାକୁ ବେଆଇନ ଭାବେ ଚାଲାଣ କରୁଥିଲେ । ବସଟି ହାଇଦ୍ରାବାଦରୁ ତାମିଲନାଡୁର କୋଏମ୍ବାଟୁରକୁ ଯାତ୍ରା କରୁଥିଲା । ଏହି ଯାତ୍ରୀମାନେ ଦେବାରାଜୁ, ସେଲଭାରାଜୁ, କୁମାର ଭେଲୁ, ମୁରୁଗେସନ ଓ ଭେଙ୍କଟେଶ ବୋଲି ଜଣାପଡ଼ିଛି । ଏମାନଙ୍କଠାରୁ ଏତେ ପରିମାଣର ସୁନା ଓ ରୂପାକୁ SEB ଅଧିକାରୀ ଉଦ୍ଧାର କରିଛନ୍ତି । ସେମାନେ ବସିଥିବା ସିଟ୍‌ ତଳେ ନଗଦ ଟଙ୍କାକୁ ନେଇ ଯାଉଥିବା ବେଳେ ଶରୀର ଭିତରେ ସୁନା ବିସ୍କୁଟକୁ ଲୁଚାଇଥିଲେ ।

ଅଧିକାରୀଙ୍କ ସୂଚନା ଅନୁସାରେ ସୁନା ଗୁଡ଼ିକ ଏକ ସ୍ବତନ୍ତ୍ର ଆଉଟଫିଟ ମଧ୍ୟରେ ଚାଲାଣ କରାଯାଉଥିଲା । ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଏହି ରାସ୍ତା ଦେଇ ତରଳ ସୁନା, ଅଳଙ୍କାର, ହୀରା ଓ ନଗଦ ଟଙ୍କା ଆଦି ଚାଲାଣ ହୋଇଥାଏ । ତେବେ ସୂଚନା ଥାଉ କି ଗତ ଜୁନ ମାସରେ ପୋଲିସ ଏହି ରୁଟ୍‌ରୁ ପ୍ରାୟ ୧. ୦୮ କୋଟି ମୂଲ୍ୟର ସୁନା ଅଳଙ୍କାର ଜବତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details