ହାଇଦ୍ରାବାଦ: ସମ୍ଭାବ୍ୟ ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ଆଜି(ବୁଧବାର) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ହେବାକୁ ଥିବା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷା ସ୍ଥଗିତ କରାଯାଇଛି । ଏନେଇ ଆନ୍ଧ୍ର ବୋର୍ଡ ଅଫ ଇଣ୍ଟରମେଡିଏଟ୍ ଏଜୁକେସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଥିବା ବେଳେ ଆସନ୍ତାକାଲି ଠାରୁ ହେବାକୁ ଥିବା ସବୁ ପରୀକ୍ଷା ଅପରିବର୍ତ୍ତିତ ରହିଛି ।
ଅନ୍ୟପଟେ ବାତ୍ୟାକୁ ନେଇ ଆନ୍ଧ୍ରକୁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପଟ୍ଟନମ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୬ଟି ବିମାନ ବାତିଲ୍ କରାଯାଇଛି।