ଓଡିଶା

odisha

ETV Bharat / bharat

Kejriwal Gujarat Visit: ଗସ୍ତ ପୂର୍ବରୁ ଲାଗିଲା ଧର୍ମ ବିରୋଧୀ ପୋଷ୍ଟର

ଅରବିନ୍ଦ କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତକୁ ବିରୋଧ । ଶନିବାରଠୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗସ୍ତ ପୂର୍ବରୁ ଭଦୋଦରାରେ କେଜ୍ରିୱାଲଙ୍କ ବିରୋଧରେ ଲାଗିଲା ଧର୍ମ ବିରୋଧୀ ପୋଷ୍ଟର । ଅଧିକ ପଢନ୍ତୁ

Kejriwal Gujarat Visit: ଗସ୍ତ ପୂର୍ବରୁ ଲାଗିଲା ଧର୍ମ ବିରୋଧୀ ପୋଷ୍ଟର
Kejriwal Gujarat Visit: ଗସ୍ତ ପୂର୍ବରୁ ଲାଗିଲା ଧର୍ମ ବିରୋଧୀ ପୋଷ୍ଟର

By

Published : Oct 8, 2022, 6:16 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ଶନିବାର) ଠାରୁ ୨ ଦିନିଆ ଗୁଜରାଟ ଗସ୍ତ କରିବେ । ତେବେ ତାଙ୍କ ଗସ୍ତ ପୂର୍ବରୁ ବଦୋଦରାରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର (Poster war against Kejriwal in Vadodara) । ସେ ଏଠାରେ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ତାଙ୍କୁ ଧର୍ମ ବିରୋଧୀ ଦର୍ଶାଇ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହିତ ଏହି ୨ ଦିନିଆ ଗସ୍ତ କରିବେ ।

ଉଭୟ ନେତା ମିଳିତ ଭାବେ ଆଦିବାସୀ ବହୁଳ ଦାହୋଦ ଜିଲ୍ଲାର ଦାହୋଦ ସହରରେ ଏକ ଜନସଭାକୁ ସମ୍ବୋଧିତ କରିବେ ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟି (AAP) ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସିରୋଥିଆ । ଏହାପରେ ସେମାନେ ଭଦୋଦରାରେ ଏକ 'ତ୍ରିରଙ୍ଗା ଯାତ୍ରା'ରେ ଅଂଶଗ୍ରହଣ କରିବେ । ମାତ୍ର ଏହି କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟରେ କେଜ୍ରିୱାଲଙ୍କୁ ବିରୋଧ କରାଯାଇଛି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ରପାଲ ଗୌତମଙ୍କ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଯୋଗୁଁ ଏହି ବିରୋଧ କରାଯାଉଛି ।

କେଜ୍ରିୱାଲଙ୍କ ଧର୍ମ ବିରୋଧୀ ପୋଷ୍ଟର ସହ ସହରରେ ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି । ଏହି ପୋଷ୍ଟର ଗୁଡ଼ିକୁ କେଜ୍ରିୱାଲ ଏବଂ ଭଗବନ୍ତଙ୍କ ରାଲି ମାର୍ଗରେ ଲଗାଯାଇଛି । ଭଦୋଦରା ଲୋକଙ୍କ ନାମରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟରକୁ ନେଇ ଏବେ ସହରରେ ଅନେକ ପ୍ରକାରର ବିତର୍କ ଚାଲିଛି । ସୂଚନା ଥାଉ କି, ନିକଟରେ କେଜ୍ରିୱାଲଙ୍କ ମନ୍ତ୍ରୀ ରାଜେନ୍ଦ୍ରପାଲ ଗୌତମ ଦିଲ୍ଲୀରେ ଆୟୋଜିତ ଏକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଥିବା ପରେ ବିବାଦ ଉପୁଜିଥିଲା ।

ଏହା ବି ପଢନ୍ତୁ- କେଜ୍ରିୱାଲଙ୍କ ମନ୍ତ୍ରୀ ଗୌତମଙ୍କ ବିରୋଧରେ ଥାନାରେ ଏତଲା

ଉକ୍ତ ଭିଡ଼ିଓରେ ଧର୍ମ ପରିବର୍ତ୍ତନ କରୁଥିବା ଅନେକ ଲୋକ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଥିଲେ । ଉକ୍ତ ଭିଡ଼ିଓରେ ମନ୍ତ୍ରୀ ଗୌତମଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ବିଜେପି ଏହି ଭିଡ଼ିଓକୁ ନେଇ ଆପ୍‌କୁ ଟାର୍ଗେଟ କରିଛି । ଅନ୍ୟପଟେ କେଜ୍ରିୱାଲ ମନ୍ତ୍ରୀ ଗୌତମଙ୍କ ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରିଥିବା ମଧ୍ୟ ଜଣାପଡ଼ିଛି । ଦିଲ୍ଲୀରେ ଚଳିତ ମାସ ୫ ତାରିଖରେ ଆୟୋଜିତ 'ମିଶନ ଜୟ ଭୀମ' କାର୍ଯ୍ୟକ୍ରମର ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ମନ୍ତ୍ରୀ ଗୌତମ ।

ଦିଲ୍ଲୀର କରୋଲବାଗ ସ୍ଥିତ ଆମ୍ବେଦକର ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ଲୋକ ବୌଦ୍ଧ ଦିକ୍ଷା ନେଉଥିଲେ । ଭିଡ଼ିଓ ଅନୁସାରେ ଖୋଦ ମନ୍ତ୍ରୀ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ ରାମ ଓ କୃଷ୍ଣଙ୍କ ପୂଜା ନ କରିବାକୁ ଶପଥ ପାଠ କରାଇଥିଲେ । ଏହି ଘଟଣାକୁ ନେଇ ଗୁଜୁରାଟ ଗସ୍ତ ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ପୋଷ୍ଟର ଲାଗିଛି । ତାଙ୍କୁ ହିନ୍ଦୁ ଧର୍ମ ବିରୋଧୀ ବୋଲି କୁହାଯାଇଛି ।

ଆମ୍ ଆଦମୀ ପାର୍ଟି (AAP) ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସିରୋଥିଆଙ୍କ ସୂଚନା ଅନୁଯାୟୀ ରବିବାର କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ଅଞ୍ଚଳ ୱଲସାଦ ଜିଲ୍ଲାର ଧରମପୁର ଏବଂ ପରେ ସୁରତର କଦୋଦରା ଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ୨ ଦିନ ମଧ୍ୟରେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ରାଜ୍ୟର ସାମାଜିକ ତଥା ଅନ୍ୟାନ୍ୟ କ୍ଷେତ୍ରର ନେତାଙ୍କ ସହ ଆଲୋଚନା କରିବେ । ଚଳିତ ବର୍ଷ ଶେଷରେ ବିଜେପି ଦ୍ବାରା ପରିଚାଳିତ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ ।

ABOUT THE AUTHOR

...view details