ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ IITରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ

ମାନସିକ ଚାପ ଯୋଗୁଁ ହାଇଦ୍ରାବାଦ IITରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ । ଅଧିକ ପଢନ୍ତୁ

By

Published : Aug 8, 2023, 1:10 PM IST

Another Student Committed Suicide at IIT Hyderabad
Another Student Committed Suicide at IIT Hyderabad

ହାଇଦ୍ରାବାଦ: ହାଇଦ୍ରାବାଦ IITରେ ପୁଣି ଜଣେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ମାନସିକ ଚାପରେ ରହି ଜୀବନ ହାରିଛନ୍ତି ଜଣେ ଛାତ୍ରୀ । ମୃତ ଛାତ୍ରୀ ହେଉଛନ୍ତି ଓଡିଶାର ମମିଥା ନାୟକ, ବୟସ 21 ବର୍ଷ । ସୋମବାର ବିଳମ୍ବିତ ରାତିରେ ତାଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର ହୋଇଛି । ସେ ହାଇଦ୍ରାବାଦ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏମ ଟେକ୍‌ ଅଧ୍ୟୟନ କରୁଥିଲେ । ଗତବର୍ଷ ଡିସେମ୍ବର ମାସରେ ସେ ଆଡ୍‌ମିଶନ କରିଥିଲେ । ମାନସିକ ଚାପରେ ରହି ସେ ଜୀବନ ହାରିଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-IIT Delhi: ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲ ରୁମରୁ ମିଳିଲା ମୃତଦେହ

ଗତ ରାତିରେ ମମିଥା ହଷ୍ଟେଲ୍‌ ଫ୍ୟାନରେ ଝୁଲୁଥିବା ତାଙ୍କ ସାଙ୍ଗ ମାନେ ଦେଖିବାକୁ ପାଇଥିଲେ । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେ ସାଙ୍ଗାରେଡ୍ଡି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ପୋଲିସ ଛାତ୍ରୀଙ୍କ ରୁମ୍‌ରୁ ଏକ ସିଉସାଇଡ ନୋଟ ଜବତ କରିଛି। ଯେଉଁଥିରେ ସେ ଲେଖିଛନ୍ତି ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ମାନସିକ ଚାପ ଯୋଗୁଁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି। ଗତ 20 ଦିନ ମଧ୍ୟରେ ହାଇଦ୍ରାବାଦ ଆଇଆଇଟିରେ ଏହା ଦ୍ବିତୀୟ ମୃତ୍ୟୁ ମାମଲା।

ଏହା ମଧ୍ୟ ପଢନ୍ତୁ-IIT ମାଡ୍ରାସରେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ, କାରଣ ଅସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ-Delhi Hit and run: ଦୁଇ ଆଇଆଇଟି ଛାତ୍ରଙ୍କ ଉପରେ ମାଡିଗଲା କାର, ଜଣେ ମୃତ

ଜୁଲାଇ 25 ତାରିଖରେ ଡି କାର୍ତ୍ତିକ ନାମକ ଜଣେ ଛାତ୍ରଙ୍କ ମୃତଦେହ ବିଶାଖାପାଟନମର ସମୁଦ୍ରରୁ ଉଦ୍ଧାର ହୋଇଥିଲା । ସେ ଜୁଲାଇ 17ରେ କ୍ୟାମ୍ପସ୍‌ ଛାଡିଥିଲେ। ପରୀକ୍ଷାରେ ବ୍ୟାକ ଲାଗିଥିବାରୁ ମାନସିକ ଚାପରେ ରହି ସେ ସମୁଦ୍ରକୁ ଡେଇଁ ଜୀବନ ହାରିଥିଲେ । ଗତ ଏକ ବର୍ଷ ମଧ୍ୟରେ ହାଇଦ୍ରାବାଦ ଆଇଆଇଟିରେ 4 ଜଣ ଛାତ୍ର ଜୀବନ ହାରିଥିବା ଖବର ସାମ୍ନାକୁ ଆସିଛି। ସେପ୍ଟେମ୍ବର ମାସରେ ରାଜସ୍ଥାନର ମେଘା କପୁର ନାମକ ଜଣେ ଛାତ୍ରୀ ଜୀବନ ହାରିଥିଲେ । ଗତ ଜୁଲାଇ 9 ତାରିଖରେ IIT ଦିଲ୍ଲୀରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ହଷ୍ଟେଲ୍‌ ରୁମରୁ ଛାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଏହା ଏକ ଆତ୍ମହତ୍ୟା ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଛାତ୍ରଜଣଙ୍କ 20 ବର୍ଷୀୟ ଆୟୁଷ ଓ ସେ ଉତ୍ତର ପ୍ରଦେଶ ବରେଲୀର ବାସିନ୍ଦା । ସେ ବି-ଟେକ 4ର୍ଥ ବର୍ଷର ଛାତ୍ର ଥିଲେ ।

ABOUT THE AUTHOR

...view details