ଓଡିଶା

odisha

By

Published : Feb 2, 2022, 3:07 PM IST

ETV Bharat / bharat

ଶତ୍ରୁତା ଜାହିର କଲା ପାକିସ୍ତାନ, ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ !

ପୁଣି ଥରେ ଶତ୍ରୁତା ଜାହିର କଲା ପାକିସ୍ତାନ । ଗୁଜୁରାଟର ସମୁଦ୍ରରୁ ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହୃତ କରିନେଇଛି ପାକିସ୍ତାନ । ଅଧିକ ପଢନ୍ତୁ

ଶତ୍ରୁତା ଜାହିର କଲା ପାକିସ୍ତାନ : ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ!
ଶତ୍ରୁତା ଜାହିର କଲା ପାକିସ୍ତାନ : ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ!

ଗାନ୍ଧୀନଗର:ପୁଣି ଥରେ ଶତ୍ରୁତା ଜାହିର କଲା ପାକିସ୍ତାନ । ଗୁଜୁରାଟର ସମୁଦ୍ରରୁ ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହୃତ କରିନେଇଛି ପାକିସ୍ତାନ । ଓଖା ବନ୍ଦରରୁ ମତ୍ସଜୀବୀ ଡଙ୍ଗା ନିଖୋଜର ଦିନକ ପରେ ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି । ଗୁଜୁରାଟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ମତ୍ସ୍ୟଜୀବୀ ଓଖା ବନ୍ଦରକୁ ମାଛ ଧରିବାକୁ ଆସିଥାନ୍ତି । ଗତକାଲି(ମଙ୍ଗଳବାର)ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ପାକିସ୍ତାନୀ ଏଜେନ୍ସି ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ଅପହରଣ କରି ନେଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ ମତ୍ସ୍ୟଜୀବୀମାନେ 'ସତ୍ୟବତୀ ନାମକ ଏକ ଡଙ୍ଗାରେ ମାଛ ଧରିବା ନିମନ୍ତେ ଗୁଜୁରାଟର ଏକ ସମୁଦ୍ରକୁ ଯାଇଥିଲେ । ଗତକାଲି (ମଙ୍ଗଳବାର) ନାବିକଙ୍କ ସହ ଡଙ୍ଗାକୁ ଅପହରଣ କରି ନେଇଛି ପାକିସ୍ତାନ । ଏହି ଘଟଣାରେ ଦୁଇଜଣ ମତ୍ସ୍ୟଜୀବୀ ମଧ୍ୟ ସାମିଲ ଥିବା ନେଇ ସୂଚନା ରହିଛି । ଡଙ୍ଗାର ଅପହରଣ ପରେ ଏକ ଭିଡିଓ ଜାରି କରିଛି ପାକିସ୍ତାନ । ଯେଉଁଥିରେ କି ମତ୍ସ୍ୟଜୀବୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ : ମଝି ଦରିଆରେ ବନ୍ଦ ହେଇଗଲା ଡଙ୍ଗା, 7 ନାବିକଙ୍କୁ ଅପହରଣ କଲା ପାକିସ୍ତାନ !

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ପାକିସ୍ତାନ ମତ୍ସ୍ୟଜୀବୀ ଜାହାଜକୁ ଅପହରଣ କରିଥିଲା । ଗତ ଜାନୁଆରୀ ୨୮ ତାରିଖରେ ଓଖା ବନ୍ଦରରୁ ୭ ନାବିକଙ୍କୁ ଅପହୃତ କରିନେଇଛି ପାକିସ୍ତାନ ।

ABOUT THE AUTHOR

...view details