ଓଡିଶା

odisha

ETV Bharat / bharat

ପୁଣି ୧୪ଦିନିଆ ନ୍ୟାୟିକ ହେପାଜତରେ Anil Deshmukh

ପୁଣି ବଢିଲା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ (Anil Deshmukh) ଅଡୁଆ । ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

ପୁଣି ୧୪ ଦିନିଆ ନ୍ୟାୟିକ ଜାଜତକୁ ଗଲେ Anil Deshmukh
ପୁଣି ୧୪ ଦିନିଆ ନ୍ୟାୟିକ ଜାଜତକୁ ଗଲେ Anil Deshmukh

By

Published : Nov 29, 2021, 6:00 PM IST

ମୁମ୍ବାଇ: ଗୃହମନ୍ତ୍ରୀ ଭାବେ କ୍ଷମତାରେ ଥିବାବେଳେ ପୋଲିସକୁ ଚାନ୍ଦା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନ୍ୟାୟିକ ହାଜତ ଅବଧି (Anil Deshmukh in judicial custody till December 13)କୁ ବୃଦ୍ଧି କରିଛନ୍ତି କୋର୍ଟ ।

ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ଆସନ୍ତାମାସ (ଡିସେମ୍ବର) 13 ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇଦେଇଛନ୍ତି କୋର୍ଟ ।

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଗୁରୁତର ଅଭିଯୋଗ ଆଣିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସଭାପତି ଶରଦ ପାୱାରଙ୍କୁ ଚିଠି ଲେଖି ଅନିଲ ଦୂର୍ନୀତିରେ ଲିପ୍ତଥିବା ଜଣାଇଥିଲେ ପରମବୀର । ଅନିଲ ଦେଶମୁଖ ପୋଲିସ ଅଧିକାରୀ ସଚିନ ୱାଜେ ଓ ଅନ୍ୟ କିଛି ଅଧିକାରୀଙ୍କୁ ମୁମ୍ବାଇର ବ୍ୟବସାୟୀ, ହୋଟେଲ, ବାର ଓ ରେସ୍ତୋରାଁଗୁଡିକରୁ ପ୍ରତି ମାସରେ 100 କୋଟି ଟଙ୍କା ଚାନ୍ଦା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଚିଠିରେ ଉଲ୍ଲେଖ କରିଥିଲେ ପରମବୀର ସିଂ ।

ଏହା ପରେ ନିଲମ୍ବିତ ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କୁ ମଧ୍ୟ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରାଯାଇଥିଲା । ଦୁଇ ମାସ ପୂର୍ବେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ ଏବଂ ତାଙ୍କ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ପରେ ଅନିଲ ମଧ୍ୟ ଗିରଫ ହୋଇଥିଲା । ବାରମ୍ବାର ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details