ମୁମ୍ବାଇ:୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ଗିରଫ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ । ମୁମ୍ବାଇର PMLA କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ହେରଫେର ଅଭିଯୋଗରେ ଚଳିତମାସ ପହିଲାରେ ଅନିଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ତାଙ୍କ ଜାମିନ ଖାରଜ ହେବା ସହ ୬ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଥିଲେ ସେ ।
୧ ତାରିଖରେ ଅନିଲଙ୍କୁ ତାଙ୍କ ବାସଭବନରେ ୧୨ ଘଣ୍ଟା ମାରାଥନ ଜେରା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା ଇଡି । ଅନିଲଙ୍କ ଜାମିନ ଆବେଦନ ଖାରଜ କରିବା ସହ ନମ୍ଭେମ୍ବର ୬ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ । ତେବେ ତାଙ୍କ ପ୍ରଥମ ରିମାଣ୍ଡ ଅବଧି ଆଜି ଶେଷ ହେଉଥିବାବେଳେ ପୁଣି ୧୪ ଦିନିଆ ନ୍ୟାୟିକ ହାଜତରେ ରହିବେ ଅନିଲ ।