ଓଡିଶା

odisha

ETV Bharat / bharat

ଆଜିଠୁ ବାୟୁସେନାରେ ଅଗ୍ନିପଥ ନିଯୁକ୍ତି ପଞ୍ଜିକରଣ ଆରମ୍ଭ

ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବାବେଳେ ଆଜିଠାରୁ ବାୟୁସେନା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ଅଗ୍ନିପଥରେ ପଞ୍ଜିକରଣ କରିପାରିବେ(Angipath Recruitment Registration) । ଆସନ୍ତା ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଜାରି ରହିବ । ଅଧିକ ପଢ଼ନ୍ତୁ

angipath recruitment registration started in air force
ଆଜିଠୁ ଅଗ୍ନିପଥରେ ବାୟୁସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

By

Published : Jun 24, 2022, 10:40 AM IST

ନୂଆଦିଲ୍ଲୀ:ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବାବେଳେ ଆଜିଠାରୁ ବାୟୁସେନା ନିଯୁକ୍ତି ପାଇଁ ପ୍ରକ୍ରିୟା(Angipath Recruitment Registration) ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ଅଗ୍ନିପଥରେ ପଞ୍ଜୀକୃତ କରିପାରିବେ । ଆସନ୍ତା ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଜାରି ରହିବ । ଅନଲାଇନ ପରୀକ୍ଷା କରାଯିବା ପରେ ଚୟନ ପ୍ରାର୍ଥୀମାନେ ଅଗ୍ନିବୀର ଭାବେ ବାୟୁସେନାରେ ନିଯୁକ୍ତି ସୁଯୋଗ ପାଇବେ ।

ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନାରେ ପଞ୍ଜିକରଣ କରିଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ଜୁଲାଇ 24 ତାରିଖରୁ 31 ତାରିଖ ମଧ୍ୟରେ ଅନଲାଇନ ପରୀକ୍ଷା ହେବ । ଏହାପରେ 21 ଅଗଷ୍ଟରୁ 28 ତାରିଖ ମଧ୍ୟରେ ଚୟନ ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସ ଟେଷ୍ଟ ହେବ ଏବଂ 29ରୁ ନଭେମ୍ବର 8 ଯାଏ ମେଡିକାଲ ଟେଷ୍ଟ କରାଯିବ । ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ଉତିନ୍ନ ହେବେ, ଡିସେମ୍ବରରେ ସେମାନଙ୍କ ନାମ ପ୍ରକାଶ ପାଇବ । ଏଥିସହ 30 ଡିସେମ୍ବରରୁ ସେମାନଙ୍କ ଟ୍ରେନିଂ ଆରମ୍ଭ ହେବ । ଏନେଇ ସେନା ପକ୍ଷରୁ ଆନୁଷ୍ଠାନିକ ବିବୃତି ଜାରି ହୋଇଥିଲା ।

କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପାଇଁ ସେନାରେ ନିଯୁକ୍ତି ବନ୍ଦ ରହିଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି । ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ 4 ବର୍ଷ ପାଇଁ ସେନାରେ ସୁଯୋଗ ମିଳିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି । 4 ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ 25% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ ।

ABOUT THE AUTHOR

...view details