ଓଡିଶା

odisha

By

Published : Jul 8, 2022, 10:25 PM IST

ETV Bharat / bharat

ଜଗନଙ୍କ ପରିବାରରେ ଫାଟ ! ଝିଅ ପାଇଁ ପୁଅକୁ ଛାଡିଲେ ବିଜୟାମ୍ମା

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡୀ (Andhra Pradesh CM Jagan Reddy)ଙ୍କ ମା ବିଜୟାମ୍ମା ତଥା ୱାଇଏସ ବିଜୟାଲକ୍ଷ୍ମୀ(YS Vijayamma) ଆଜି ଏକ ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଝିଅ ପାଇଁ ପୁଅକୁ ଛାଡିଛନ୍ତି ବିଜୟାମ୍ମା । ଅଧିକ ପଢନ୍ତୁ

ଝିଅ ପାଇଁ ପୁଅକୁ ଛାଡିଲେ ବିଜୟାମ୍ମା
ଝିଅ ପାଇଁ ପୁଅକୁ ଛାଡିଲେ ବିଜୟାମ୍ମା

ଅମରାବାତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡୀ (Andhra Pradesh CM Jagan Reddy) ଙ୍କ ମା ବିଜୟାମ୍ମା ତଥା ୱାଇଏସ ବିଜୟାଲକ୍ଷ୍ମୀ(YS Vijayamma) ଆଜି ଏକ ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଝିଅ ପାଇଁ ପୁଅକୁ ଛାଡିଛନ୍ତି ବିଜୟାମ୍ମା ।

ବିଜୟାମ୍ମା ନିଜ ଝିଅ ୱାଇଏସ ଶର୍ମିଲା (YS Sharmila )ଙ୍କ ରାଜନୈତିକ ଦଳରେ ସାମିଲ ହେବା ପାଇଁ ୱାଇଏସଆର କଂଗ୍ରେସ ପାର୍ଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଦିବଙ୍ଗତ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀ(Y S Rajasekhara Redd)ଙ୍କ ଜୟନ୍ତୀ ଅବସରରେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଠାରେ ଦଳ ପକ୍ଷରୁ ଏକ ବିରାଟ ସମାବେଶ ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଓ ବିଜୟାମ୍ମା ସାମିଲ ହୋଇଥିଲେ ।

ନିଜ ସମ୍ବୋଧନରେ ବିଜୟାମ୍ମା କହିଛନ୍ତି, "ସେ କିଛି ଦିନ ହେଲା ବଡ ଦ୍ବିଧାରେ ଥିଲେ । କାରଣ ତାଙ୍କ ପାଖରେ ଦୁଇଟି ଆହ୍ବାନ ଥିଲା । ପ୍ରଥମତଃ ସେ ୱାଇଏସଆର କଂଗ୍ରେସରେ ରହି ଆଉ ଏକ ରାଜନୈତିକ ଦଳ ପାଇଁ କାମ କରିପାରିବେ କି ? ନା ଗୋଟିଏ ଦଳ ପାଇଁ କାମ କରିବେ । ଶେଷରେ ସେ ନିଷ୍ପତି ନେଇଛନ୍ତି ଗୋଟିଏ ଦଳ ପାଇଁ କାମ କରିବେ । କାରଣ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ସ୍ବାମୀ ୱାଇଏସଆର ରାଜଶେଖର ରେଡ୍ଡୀଙ୍କ ବିଚାରଧାରାକୁ ଆଗେଇ ନେବା ପାଇଁ ପଡୋଶୀ ତେଲେଙ୍ଗାନାରେ ତାଙ୍କ ଝିଅ ଏକାକୀ ସଂଗ୍ରାମ କରୁଛି । ଏବେ ସମୟ ଆସିଛି ତାକୁ ସାଥ ଦେବା ପାଇଁ ।"

"ଜଣେ ମା ଭାବେ ସେ ସବୁବେଳେ ଜଗମୋହନଙ୍କ ସହିତ ରହିବେ । ଏହାସହ ଆନ୍ଧ୍ର ପ୍ରଦେଶ ଲୋକଙ୍କ ପାଇଁ ସେ ସବୁବେଳେ ସମର୍ପିତ ହୋଇ କାମ କରିବେ । ପୁଅର ଅସମୟରେ ସାଙ୍ଗରେ ରହି ସମର୍ଥନ କରିଛନ୍ତି । ଜଗନ ଏବେ ସଫଳତା ପାଇ ଲୋକଙ୍କ ସେବା କରୁଛନ୍ତି । କିନ୍ତୁ ରାଜନୈତିକ ସ୍ତରରେ ଏବେ ତେଲେଙ୍ଗାନା ପାଇଁ କାମ କରିବାର ସମୟ ଆସିଛି । ପୁଅକୁ ଯାହା ସମୟ ଦେବା କଥା ଦେଇଛି । ଏବେ ଝିଅକୁ ମଧ୍ୟ କିଛି ସମୟ ଦେବାର ସମୟ ଆସିଛି । ତେଣୁ ସେ ୱାଇଏସଆର କଂଗ୍ରେସ ଛାଡି ତାଙ୍କ ଝିଅଙ୍କ ଦଳରେ ସାମିଲ ହେବାକୁ ନିଷ୍ପତି ନେଇଛନ୍ତି" ବୋଲି କହିଛନ୍ତି ।

କୁହାଯାଉଛି ଜଗନଙ୍କ ପରିବାରରେ ସବୁକିଛି ଠିକଠାକ୍ ଚାଲୁନଥିଲା । ଭାଇ ଉଭଣୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ହେବା ସହ, ନୂଆ ରାଜନୈତିକ ଦଳ ଗଠନକୁ ନେଇ ମଧ୍ୟ ମତଭେଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ବିଜୟାମ୍ମା ମଧ୍ୟ ଚିନ୍ତିତ ଥିଲେ । ଶେଷରେ ସେ ପୁଅକୁ ଛାଡି ଝିଅ ସହ ଯିବାର ନିଷ୍ପତି ନେଇଛନ୍ତି ।

ABOUT THE AUTHOR

...view details