ଅମରାବତୀ:ଏଲୁରୁ ଜିଲ୍ଲାର ଆକ୍କିରେଡିଗୁଡେମର ପୋରୁସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (APPCB) । ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଗତକାଲି (ଗୁରବାର) ଆନ୍ଧ୍ରପ୍ରଦେଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (APPCB) ଫ୍ୟାକ୍ଟ୍ରିକୁ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ APPCBର ଅଧ୍ୟକ୍ଷ ଏ କେ ପରିଡା (A K Parida) ମୁସୁନୁରୁ ମଣ୍ଡଳର ଥିବା ଆକ୍କିରେଡିଗୁଡେମ୍ ଗ୍ରାମରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିବା ଅନୁଯାୟୀ, ବୁଧବାର ରାତିରେ ଫ୍ୟାକ୍ଟ୍ରିରେ କାମ ଚାଲୁଥିବା ବେଳେ ନାଇଟ୍ରିକ ଏସିଡ୍ ଓ ମୋନୋ ମିଥାଇଲ ଲିକ୍ ହେବା ଫଳରେ ନିଆଁ ଲାଗିଯାଇଥିଲା । ଏଥିରେ 6 ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିବା ନେଇ କୁହାଯାଇଛି । ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି ।