ଓଡିଶା

odisha

By ETV Bharat Odisha Team

Published : Oct 19, 2023, 10:37 PM IST

ETV Bharat / bharat

Share transfer case: ମାର୍ଗଦର୍ଶୀ ଚିଟଫଣ୍ଡକୁ ଆଶ୍ବସ୍ତି, ଆନ୍ଧ୍ର CIDର ନୋଟିସ୍‌ ଉପରେ ଲାଗିଲା ରୋକ

ସେୟାର ଜାଲିଆତି ମାମଲାରେ ମାର୍ଗଦର୍ଶୀ ଚିଟଫଣ୍ଡକୁ ବଡ ଆଶ୍ବସ୍ତି ଦେଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଆନ୍ଧ୍ର CIDର କାର୍ଯ୍ୟାନୁଷ୍ଠାନ ଉପରେ ଲାଗିଲା ସ୍ଥଗିତାଦେଶ । ଅଧିକ ପଢନ୍ତୁ

Share transfer case: ମାର୍ଗଦର୍ଶୀ ଚିଟଫଣ୍ଡକୁ ଆଶ୍ବସ୍ତି, ଆନ୍ଧ୍ର CIDର ନୋଟିସ ଉପରେ ଲାଗିଲା ରହିତାଦେଶ
Share transfer case: ମାର୍ଗଦର୍ଶୀ ଚିଟଫଣ୍ଡକୁ ଆଶ୍ବସ୍ତି, ଆନ୍ଧ୍ର CIDର ନୋଟିସ ଉପରେ ଲାଗିଲା ରହିତାଦେଶ

ହାଇଦ୍ରାବାଦ: ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ଆସିଥିବା ଅଂଶଧନ ଜାଲିଆତି ମାମଲାରେ ସଂସ୍ଥାକୁ ବଡ ଆଶ୍ବସ୍ତି ମିଳିଛି । ଏହି ଅଭିଯୋଗରେ ମାମଲା ରୁଜୁ କରିଥିବା ଆନ୍ଧ୍ର ପ୍ରଦେଶ ସିଆଇଡିର କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଜଣେ ପୂର୍ବ ନିବେଶକଙ୍କ ଅଭିଯୋଗ କ୍ରମେ ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ସିଆଇଡି ମାର୍ଗଦର୍ଶୀ ଚିଟପଣ୍ଡ ଅଧ୍ୟକ୍ଷ ରାମୋଜୀ ରାଓ ଓ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସିଏଚ ଶୈଳଜା କିରଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ମାର୍ଗଦର୍ଶୀ ଚିଟଫଣ୍ଡ ।

ଅଭିଯୋଗକାରୀ ହାଇଦ୍ରାବାଦର ବାସିନ୍ଦା ହୋଇଥିବା ବେଳେ ସେ ଆନ୍ଧ୍ର ପ୍ରଦେଶ ସିଆଇଡି ନିକଟରେ ଅଭିଯୋଗକୁ ନେଇ ଆପତ୍ତି ଉଠାଇଥିଲା ସଂସ୍ଥା । ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ସିଆଇଡିର କାର୍ଯ୍ୟାନୁଷ୍ଠାନ କ୍ଷମତାକୁ ଚ୍ୟାଲେଞ୍ଜ ଦେଇ ହାଇକୋର୍ଟରେ ମାମଲା ଦାଏର କରିଥିଲା । ଆଜି ଏହି ମାମଲାରେ କୋର୍ଟ ଆବେଦନକାରୀ ଓ ମାମଲା ରୁଜୁ କରିଥିବା ଆନ୍ଧ୍ର ସିଆଇଡି ବିଭାଗକୁ ମାମଲା ପଞ୍ଜୀକରଣର ବୈଧତା ଉପରେ କୋର୍ଟ ପ୍ରଶ୍ନ କରିଥିଲେ । ଅଭିଯୋଗକାରୀଙ୍କ ଅନୁସାରେ, ମାମଲାଟି ହାଇଦ୍ରାବାଦର ହୋଇଥିବା ବେଳେ ଅନ୍ୟ ରାଜ୍ୟର ସିଆଇଡି ବିଭାଗ କିପରି ମାମଲା ପଞ୍ଜୀକରଣ ଓ ତଦନ୍ତ କରିବାକୁ ଅଧିକୃତ ବୋଲି କୋର୍ଟ କହିଥିଲେ । ଏହି ଟିପ୍ପଣୀ ସହ କୋର୍ଟ ଏହି ମାମଲାରେ ଆସନ୍ତା 8 ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନଷ୍ଠାନ ନକରିବା ପାଇଁ କୋର୍ଟ ସିଆଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 6 ତାରିଖରେ ହେବ ।

ଏହା ମଧ୍ୟ ପଢନ୍ତୁ :- ଆନ୍ଧ୍ର CID ଷଡଯନ୍ତ୍ରରେ ଅଂଶଧନ ଠକେଇ ଅଭିଯୋଗ ! ବିବୃତ୍ତି ଜାରି କଲା ରାମୋଜୀ ଗ୍ରୁପ

ମାର୍ଗଦର୍ଶୀ ଚିଟଫଣ୍ଡର ଜଣେ ପୂର୍ବତନ ନିବେଶକ ଜି ୟୁରୀ ରେଡ୍ଡୀଙ୍କ ଦ୍ୱାରା ଏହି ଅଭିଯୋଗ ହୋଇଥିଲା । ମାର୍ଗଦର୍ଶୀ ଚିଟଫଣ୍ଡ ପ୍ରାଇଭେଟ ଲିମିଟେଡ (MCFPI) ଜଣେ ପୂର୍ବତନ ନିବେଶକ ଗାଦିରେଡ୍ଡୀ ଜଗନାଦ୍ଧ ରେଡ୍ଡୀଙ୍କ ପୁଅ ଜି ୟୁରୀ ରେଡ୍ଡୀଙ୍କ ଦ୍ବାରା ହୋଇଥିବା ଅଭିଯୋଗ ଅନୁସାରେ ଏତଲା ହୋଇଛି । ମାର୍ଗଦର୍ଶୀ ଚିଟଫଣ୍ଡ ଓ ଏହାର ପ୍ରତିଷ୍ଠାତା ତଥା ରାମୋଜୀ ସମୂହର ଅଧ୍ୟକ୍ଷ ରମୋଜୀ ରାଓ ଓ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସିଏଚ ଶୈଳଜାଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶ ସିଆଇଡି ବିଭାଗ ମାମଲା ମଧ୍ୟ ରୁଜୁ କରିଛି । ମାତ୍ର ଏହି ମାମଲାକୁ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details