ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ହାଇକୋର୍ଟରେ ହଙ୍ଗାମା ପରେ ଆତ୍ମହତ୍ୟା କଲେ ଆଇନଜୀବୀ - ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତିଙ୍କ ମନ୍ତବ୍ୟ

ବିଚାରପତିଙ୍କ ମନ୍ତବ୍ୟ ପରେ ଜଣେ ଓକିଲ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି (lawyer commits suicide in Madhya pradesh) । ମୃତ ଓକିଲ ଅନୁରାଗ ବୋଲି ଜଣା ପଡ଼ିଛି । ଜଷ୍ଟିସ୍‌ ସନ୍ଦୀପ ଦ୍ବିବେଦୀଙ୍କ ସନ୍ଦୀପ ଅୟାଚୀ ମାମଲାରେ ଶୁଣାଣି କରୁଥିଲେ । ଅଧିକ ପଢ଼ନ୍ତୁ

advocate commit suicide after tension erupts in Madhya Pradesh highcourt
ମଧ୍ୟପ୍ରଦେଶ ହାଇକୋର୍ଟରେ ହଙ୍ଗାମା ପରେ ଆତ୍ମହତ୍ୟା କଲେ ଓକିଲ

By

Published : Sep 30, 2022, 10:45 PM IST

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି (lawyer commits suicide in Madhya Pradesh)। ଏକ ମାମଲାରେ ବିଚାରପତିଙ୍କ ମନ୍ତବ୍ୟ ପରେ ଜଣେ ଓକିଲ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ମୃତ ଓକିଲ ଅନୁରାଗ ବୋଲି ଜଣାପଡ଼ିଛି । ଜଷ୍ଟିସ୍‌ ସନ୍ଦୀପ ଦ୍ବିବେଦୀଙ୍କ ସନ୍ଦୀପ ଅୟାଚୀ ମାମଲାରେ ଶୁଣାଣି କରୁଥିଲେ । ଏହି ସମୟରେ ଦୁଇ ଓକିଲଙ୍କ ମଧ୍ୟର ଯୁକ୍ତି ଆରମ୍ଭ ହୋଇଯାଇଥିଲା । ଉଭୟ ପରସ୍ପର ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହାପରେ ଅନୁରାଗ ଠାକୁର ବାସଭବନକୁ ଯାଇ ଆତ୍ମହତ୍ୟା କରିଥିଲେ ।

ଏହାପରେ ଓକିଲଙ୍କ ଗୋଟିଏ ପକ୍ଷ ଅନୁରାଗଙ୍କ ମୃତଦେହ ନେଇ ହାଇକୋର୍ଟରେ ପହଞ୍ଚି ହଙ୍ଗାମା ଆରମ୍ଭ କରି ଦେଇଥିଲା । କ୍ରୋଧାନ୍ବିତ ଓକିଲ କୋର୍ଟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାପରେ କୋର୍ଟ ଚ୍ୟାମ୍ବରରେ ଅଗ୍ନିକାଣ୍ଡ ଘଟାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ଗାଡ଼ି କୋର୍ଟ ପରିସରକୁ ଯିବାକୁ ଦେଇନଥିଲେ ଆନ୍ଦୋଳନରତ ଓକିଲ । ଶେଷରେ କୌଣସିମତେ କୋର୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।

ଆନ୍ଦୋଳନକାରୀଙ୍କୁ ସହ ଆଲୋଚନାର ସମସ୍ତ ପ୍ରୟାସ ଫେଲ୍‌ ମାରିଥିଲା । ଏହାପରେ ପୋଲିସ ଓକିଲଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏହି ସମୟରେ ମନୀଷ ଦତ୍ତଙ୍କ ଚ୍ୟମ୍ବରରେ ପୁନଃ ନିଆଁ ଲଗାଇଥିଲେ ଆନ୍ଦୋଳନକାରୀ । ଆନ୍ଦୋଳନ କରୁଥିବା ଅଧିକାଂଶ ଓକିଲ ଜିଲ୍ଲା କୋର୍ଟର ବୋଲି ଜଣାପଡ଼ିଛି ।

ଅନିୟନ୍ତ୍ରିତ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ବ୍ୟାପକ ପୋଲିସ ଫୋର୍ସ ଆସି ପହଞ୍ଚିଥିଲେ । ପୂରା କୋର୍ଟ ପରିସର ପୋଲିସ ଛାଉଣୀରେ ପରିଣତ ହୋଇଥିଲା । ସେପଟେ ଲଗାତାର ନାରାବାଜୀ କରୁଥିଲେ ଓକିଲ । ପୋଲିସ ମଧ୍ୟ ଅସହାୟ ନଜର ଆସୁଥିଲା । ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଓକିଲ ଧସ୍ତାଧସ୍ତି କରିବାକୁ ପଛାଇନଥିଲେ ।

ABOUT THE AUTHOR

...view details