ଓଡିଶା

odisha

By

Published : Feb 10, 2021, 9:45 PM IST

ETV Bharat / bharat

ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା ପୁନଃଆରମ୍ଭକୁ ସ୍ୱାଗତ କଲା ଆମେରିକା

ନିଜ ବୟାନରେ ଆମେରିକା କହିଛି ଯେ ଆମେ ଭାରତର ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା ପୁନଃଆରମ୍ଭ ନିଷ୍ପତ୍ତିକୁ ସ୍ବାଗତ ଜଣାଉଛୁ । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା ପୂନରାରମ୍ଭକୁ ସ୍ୱାଗତ କଲା ଆମେରିକା
ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା ପୂନରାରମ୍ଭକୁ ସ୍ୱାଗତ କଲା ଆମେରିକା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା ପୁନଃଆରମ୍ଭ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛି ଆମେରିକା । ନିଜ ବୟାନରେ ଆମେରିକା କହିଛି ଯେ ଆମେ ଭାରତର ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା ପୁନଃଆରମ୍ଭ ନିଷ୍ପତ୍ତିକୁ ସ୍ବାଗତ ଜଣାଉଛୁ । ଏହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ । ଆମେ ଜମ୍ମୁ କାଶ୍ମୀରେ ସାମାନ୍ୟ ସ୍ଥିତି ନେଇ ରାଜନୈତିକ ଓ ଆର୍ଥିକ ପ୍ରଗତି ଜାରି ରହୁ ବୋଲି ଆଶା କରୁଛୁ ।

ଫେବୃଆରୀ 5ରେ ଘାଟିରେ 4G ଇଣ୍ଟରନେଟ ସେବା ପୁନଃଆରମ୍ଭ ନେଇ ଘୋଷଣା କରିଥିଲା ଜମ୍ମୁ କାଶ୍ମୀର ପ୍ରଶାସନ । ଧାରା 370 ଉଚ୍ଛେଦ ହେବା ଦିନରୁ ଏଠାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ତେବେ ଦୀର୍ଘ 18 ମାସ ପରେ ଏହି ସେବା 4G ଇଣ୍ଟରନେଟ ସେବା ପୁନଃଆରମ୍ଭ ହୋଇଛି ।

ସରକାର 5 ଅଗଷ୍ଟ 2019ରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲେ, ଯେତେବେଳେ ଧାରା 370 ଉଚ୍ଛେଦ କରି ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା ।

ପରେ ଗତ ବର୍ଷ ଆରମ୍ଭରେ 2G ଇଣ୍ଟରନେଟ୍ ସେବା ପୁନଃଆରମ୍ଭ ହୋଇଥିଲା । ଗତ ବର୍ଷ ଅଗଷ୍ଟରେ କାଶ୍ମୀର ଅଞ୍ଚଳର ଗଣ୍ଡରବାଲ ଏବଂ ଜାମ୍ମୁ ଅଞ୍ଚଳର ଉଧମପୁରର ଦୁଇଟି ଜିଲ୍ଲାରେ ହାଇ ସ୍ପିଡ୍ ମୋବାଇଲ ଇଣ୍ଟରନେଟ ସେବା ପୁନଃଆରମ୍ଭ ହୋଇଥିଲା । 25 ଜାନୁଆରୀରେ ମୋବାଇଲରେ 2G ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details