ମୁମ୍ବାଇ: ରୂପେଲି ପରଦାରେ ୫୨ ବର୍ଷ ପୂରଣ କଲେ ବଲିଉଡ ସୁପରଷ୍ଟାର ବିଗ ବି ଅମିତାଭ ବଚ୍ଚନ । ଆଜିର ଦିନରେ ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ସାତ ହିନ୍ଦୁସ୍ତାନୀ ’ ପରଦାକୁ ଆସିଥିଲା । ନିଜ ନିଖୁଣ ଅଭିନୟ ପାଇଁ କୋଟି କୋଟି ଭାରତୀୟ ସିନେମା ପ୍ରେମୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅମିତାଭ ନିଜ ଅଭିନୟ ଜୀବନରେ ୫୨ ବର୍ଷ ପୂର୍ତ୍ତିକୁ ନେଇ ବେଶ ଭାବୁକ ନଜର ଆସିଛନ୍ତି । ଏନେଇ ତତ୍କାଳୀନ ସମୟର ଏକ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଛନ୍ତି ଅମିତାଭ ।
ତେବେ ଅମିତାଭଙ୍କର ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଏହାକୁ ବିପୁଳ ମାତ୍ରାରେ ଲାଇକ ଦେବା ସହ କମେଣ୍ଟ କରି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । କେହିକେହି ପ୍ରଶଂସକ ଅମିତାଭଙ୍କ ଅଭିନୟ ଆରମ୍ଭକୁ ଭାରତୀୟ ଚଳଚ୍ଚିତ୍ର ଜଗତର ଆଉ ଗୋଟିଏ ଫର୍ଦ୍ଦ ବୋଲି ମଧ୍ୟ ବିବେଚନା କରିଥିବା ଦେଖିବାକୁ ମିଳିଛି ।