ଶ୍ରୀନଗର:୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ କାଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶିକାରା’ ମହତ୍ସୋବରେ ଯୋଗ ଦେଇଛନ୍ତି । ଶାହଙ୍କ ସହ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ।
ଆଜିର କାର୍ଯ୍ୟକ୍ରମରେ ଡାଲ ହ୍ରଦକୁ ରଙ୍ଗୀନ ଆଲୋକମାଳାରେ ସଜା ଯିବା ସହ ପାଣି ମଧ୍ୟରେ ବୋଟରେ କାଶ୍ମୀରର ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଶଣ କରାଯାଇଥିଲା । ଯାହାର ଆନନ୍ଦ ନେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ ।