ଶ୍ରୀନଗର: ତିନିଦିନିଆ ଜମ୍ମୁ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି(ସୋମବାର) ଶ୍ରୀନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗୃହମନ୍ତ୍ରୀ । ଅଗଷ୍ଟ 2019ରେ ଧାରା 370 ଉଚ୍ଛେଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ପ୍ରଥମ ଗସ୍ତ । ଗତକାଲି IIT ଜମ୍ମୁରେ ନୂତନ ଗବେଷଣା ଗୃହ ଲୋକାର୍ପିତ କରିଥିଲେ ଶାହ । ତାଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
ଏହାପୂର୍ବରୁ ଶାହ ଜାମ୍ମୁ କାଶ୍ମୀରର ମାକୱାଲ ସୀମାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ଅଗ୍ରଗାମୀ ଅଞ୍ଚଳ ପରିଦର୍ଶନ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେ ଜାମ୍ମୁରେ କାଶ୍ମୀରୀ ପଣ୍ଡିତ, ଗୁଜରାଟ-ବକରୱାଲ ସମ୍ପ୍ରଦାୟ, ପହାଡି ସମ୍ପ୍ରଦାୟ, ଜମ୍ମୁକାଶ୍ମୀର ଚାମ୍ବର ଅଫ୍ କମର୍ସ ପ୍ରତିନିଧୀଙ୍କ ସହ ସାକ୍ଷାତ କରିଥିଲେ । ପରେ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯୁବ ଶିକ୍ଷକ ଦୀପକ ଚାନ୍ଦଙ୍କ ପରିବାରକୁ ଭେଟିଥିଲେ ଶାହ । ଏହା ସହିତ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ସୈନିକ ଏବଂ ସାଧାରଣ ନାଗରିକଙ୍କ ପରିବାରକୁ ଭେଟିଥିଲେ ।