ଓଡିଶା

odisha

ପଶ୍ଚିମବଙ୍ଗ ନିର୍ବାଚନ; ଆଜି ଚାରୋଟି ଜନସଭା କରିବେ ଶାହା

By

Published : Apr 9, 2021, 11:19 AM IST

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଚାରୋଟି ଜନସଭା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚରୋଟି ଜନସଭା କରିବେ । ଏ ନେଇ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରଥମେ ସମୟ 12ଟାରେ କୋଲକତାର ଏକ ସାମ୍ବାଦିକ ସମ୍ମିଳନୀ କରିବେ ଶାହା । ଏହା ପରେ ସେ ସମୟ 2ଟାରେ ଭବାନୀପୁରରେ ଡୋର ଟୁ ଡୋର ନିର୍ବାଚନୀ ପ୍ରଚାର କରିବେ । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ନିର୍ବାଚନୀ ମଣ୍ଡଳରୁ ଲଢିଥିଲେ, ଏଥର ନନ୍ଦିଗ୍ରାମରୁ ଲଢୁଛନ୍ତି ।

ଏହା ପରେ ସମୟ 4ଟାରେ ଜଗତଦାଲରେ ତୃତୀୟ ରୋଡ ଶୋ କରିବେ । ପରେ ଶାହାଙ୍କ ଦ୍ବାରା ହେବାକୁ ଥିବା ଶେଷ ରୋଡ ଶୋ ସମୟ 6ଟାରେ ମଧ୍ୟମଗ୍ରାମରେ ହେବ ବୋଲି ଗତକାଲି ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଏପ୍ରିଲ 10ରେ ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟରେ 44ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏହା ପରେ ପଞ୍ଚମ ପର୍ଯ୍ୟାୟରେ 45ଟି ଆସନ ପାଇଁ ଏପ୍ରିଲ 17ରେ ହେବ । ଷଷ୍ଠ ପର୍ଯ୍ୟାୟରେ 43ଟି ଆସନ ପାଇଁ ଏପ୍ରିଲ 22, ସପ୍ତମ ପର୍ଯ୍ୟାୟରେ 35ଟି ଆସନ ଓ ଅନ୍ତିମ ପର୍ଯ୍ୟାୟ ପାଇଁ ଏପ୍ରିଲ 26ରେ ଭୋଟ ଗ୍ରହଣ ହେବ । ଭାରତୀୟ ନିର୍ବାଚନ ଆୟୋଗ ମେ 2ରେ ଫଳାଫଳ ଘୋଷଣା କରିବେ ।

@ ANI

ABOUT THE AUTHOR

...view details