ଓଡିଶା

odisha

ETV Bharat / bharat

‘ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପରେ କାଶ୍ମୀରକୁ ପୁଣି ମିଳିବ ରାଜ୍ୟ ପାହ୍ୟା’

କାଶ୍ମୀରର ସ୍ଥିତି ସ୍ଥିର ହେବା ସହ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପରେ କାଶ୍ମୀରକୁ ପୁଣି ମିଳିପାରେ ରାଜ୍ୟ ପାହ୍ୟା । ୩ ଦିନିଆ କାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା । କହିଲେ କାଶ୍ମୀରର କେବଳ ବିକାଶ ଚାହେଁ । ଅଧିକ ପଢନ୍ତୁ...

By

Published : Oct 24, 2021, 7:08 AM IST

ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧରଣ ପରେ କାଶ୍ମୀରକୁ ପୁଣି ମିଳିବ ରାଜ୍ୟ ପାହ୍ୟା
ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧରଣ ପରେ କାଶ୍ମୀରକୁ ପୁଣି ମିଳିବ ରାଜ୍ୟ ପାହ୍ୟା

ଶ୍ରୀନଗର:କାଶ୍ମୀରର ସ୍ଥିତି ସ୍ଥିର ହେବା ସହ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପରେ ପରେ ପୁଣି ମିଳିପାରେ ରାଜ୍ୟ ପାହ୍ୟା । ଶନିବାର ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜନସଭାକୁ ସମ୍ବୋଧିତ କଲା ବେଳେ ଏପରି ମତ ରଖିଛନ୍ତି । ଶନିବାର ଜମ୍ମୁ କାଶ୍ମୀରର ଯୁବ କ୍ଲବ ସଦସ୍ୟଙ୍କୁ ସମ୍ବୋଧିତ କରିବା ଅବସରରେ କାଶ୍ମୀରକୁ ନେଇ କେନ୍ଦ୍ର ପ୍ରସ୍ତୁତ କରିଥିବା ବିକାଶର ରୋଡମ୍ୟାପ ସମ୍ପର୍କରେ ବିଶେଷ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଶାହା କାଶ୍ମୀରର ଯୁବ ଗୋଷ୍ଠୀଙ୍କୁ ପ୍ରଶ୍ନ କରି କହିଛନ୍ତି, ସୀମା ନିର୍ଦ୍ଧାରଣକୁ କାହିଁକି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରୁଛନ୍ତି । କାରଣ ସୀମା ନିର୍ଦ୍ଧାରଣ ହେବା ଫଳରେ ସେମାନଙ୍କ ରାଜନୈତିକ ସ୍ବାର୍ଥରେ ବାଧା ସୃଷ୍ଟି ହେବ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସୀମା ନିର୍ଦ୍ଧାରଣ ଏକ ଆବଶ୍ୟକତା ଓ ଏହା ନିଶ୍ଚୟ କାର୍ଯ୍ୟକାରୀ ହେବା ଉଚିତ । ଏବଂ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ କାଶ୍ମୀର ପ୍ରଗତିର ରାସ୍ତାରେ ଧାଇଁବା ଆରମ୍ଭ କରିବ । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ସ୍ଥାନୀୟ ଯୁବଗୋଷ୍ଠୀ । କାଶ୍ମୀର ପ୍ରଗତି ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ଓ ସେ ସେଠାକୁ କାଶ୍ମୀର ଯୁବକଙ୍କ ବନ୍ଧୁ ହେବା ପାଇଁ ଆସିଥିବା କହିଥିଲେ ଶାହ ।

ସେହିପରି ଶାହ କହିଛନ୍ତି, ଜାମ୍ମୁ କାଶ୍ମୀରରେ ବିକାଶରେ କେହି ବାଧା ଦେଇ ପାରିବେ ନାହିଁ । କାଶ୍ମୀରରେ ଶାନ୍ତି ଭଙ୍ଗ କରି ଅରାଜକତା ଓ ଆତଙ୍କ ଖେଳାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୟ, ଆତଙ୍କବାଦ, ଦୁର୍ନୀତି ଏବଂ ପରିବାର ଭିତ୍ତିକ ରାଜନୀତି ଠାରୁ ବିକାଶ ତଥା ସମୃଦ୍ଧତା ପର୍ଯ୍ୟନ୍ତ କାଶ୍ମୀର ଏକ ନୂତନ ଆରମ୍ଭର ସମ୍ଭାବନା ଦେଖିଛି। ଜାମ୍ମୁ କାଶ୍ମୀରର ଯୁବକମାନେ ଏହି ପରିବର୍ତ୍ତନକୁ ସମ୍ଭବ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ସମୟର ଉଦାହରଣ ଦେଇ ଶାହ କହିଛନ୍ତି, କାଶ୍ମୀରରେ ବର୍ତ୍ତମାନ ଆତଙ୍କବାଦ ହ୍ରାସ ପାଇଛି, ପଥର ଫିଙ୍ଗିବା ସମସ୍ୟା ଅଦୃଶ୍ୟ ହୋଇପଡିଛି । ଜାମ୍ମୁ କାଶ୍ମୀରର ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତି ବା ଗୋଷ୍ଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାର ନିଶ୍ଚିତ । କାଶ୍ମୀରର ବିକାଶ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା । ତାକୁ ବ୍ୟାହତ କରିବାକୁ ଉଦ୍ୟମ କରୁଥିବା କୌଣସି ଶକ୍ତିକୁ ବରଦାସ୍ତ କରାଯିବନାହିଁ । 2019ରୁ ଜମ୍ମୁ କାଶ୍ମୀରରେ ସ୍ବଚ୍ଛତା ଏବଂ ଦୁର୍ନୀତିମୁକ୍ତ ଶାସନ ଏହି ଅଞ୍ଚଳର ବିକାଶର ସ୍ତମ୍ଭ ବୋଲି ସାକ୍ଷୀ ରହିଥିବା କହିଛନ୍ତି ଶାହ ।

ଶାହ ଆହୁରି ମଧ୍ୟ ଧାରା 370 ରଦ୍ଦ ନକରିଥିଲେ ଏହି ସ୍ଥିରତା କେବେ ହେଲେ ପ୍ରତିଷ୍ଠା ହେବା ସମ୍ଭବ ହୋଇପାରି ନଥାନ୍ତା । ଘାଟିରେ କେନ୍ଦ୍ର ସରକାର,ଶିକ୍ଷା ତଥା ଦକ୍ଷତା ବିକାଶ, କ୍ରୀଡା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅଗଷ୍ଟ 2019ରେ ଜାମ୍ମୁ କାଶ୍ମୀରରେ କେନ୍ଦ୍ର ସରକାର ଧାରା 370 ରଦ୍ଦ କରିଦେଇଥିଲେ । ଏହା ଜାମ୍ମୁ କାଶ୍ମୀରକୁ ମଧ୍ୟ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲା।

ଶାହା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଏକ ଯୁବ କ୍ଲବ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହିପରି ପ୍ରତ୍ୟେକ କ୍ଲବକୁ 25,000 ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ପ୍ରୋତ୍ସାହନ ରାଶି ମାଧ୍ୟମରେ କ୍ରୀଡା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ ।

କାଶ୍ମୀରର ପୂର୍ବ ଶାସନକୁ ଟାର୍ଗେଟ କରି ଶାହା କହିଛନ୍ତି, 70 ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ପୂର୍ବ ସରକାର କେବଳ 87 ବିଧାୟକ, 6 ସାଂସଦ ଏବଂ 3 ପରିବାର ମଧ୍ୟରେ କାଶ୍ମୀରର କ୍ଷମତା ସୀମିତ ରଖିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଓ ଦୂରଦୃଷ୍ଟି ପାଇଁ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ​​ପ୍ରାୟ 30,000 ନିର୍ବାଚିତ ପ୍ରତିନିଧୀ କାଶ୍ମୀରବାସୀଙ୍କ ସେବା କରୁଛନ୍ତି ।

ସ୍ବାଧୀନତା ପରେ ଭାରତ ସରକାର ଜାମ୍ମୁ କାଶ୍ମୀରକୁ ସହାୟତାର ହାତ ବଢାଇଥିଲେ, କିନ୍ତୁ କାଶ୍ମୀରରୁ ଦାରିଦ୍ର, ବେକାରୀ ଦୂର ନହେବା ସହ ଭିତ୍ତିଭୂମି ମଧ୍ୟ ବିକାଶ ହୋଇପାରି ନଥିଲା। ବର୍ତ୍ତମାନ ଏଠାରୁ ଦାରିଦ୍ର୍ୟ ହଟିବାରେ ଲାଗିଛି, ଲୋକମାନେ ରୋଜଗାରର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ଶାହ ।

ଏହାପୂର୍ବରୁ ୩ ଦିନିଆ କାଶ୍ମୀର ଗସ୍ତରେ ଥିବା ଶାହ ରାଜଧାନୀ ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ। କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ଏହା ଶାହଙ୍କ ପ୍ରଥମ କାଶ୍ମୀର ଗସ୍ତ ।

(ANI)

ABOUT THE AUTHOR

...view details