ନୂଆଦିଲ୍ଲୀ: ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ବଢିବା ପରେ ଅମରିନ୍ଦର ସିଂ ଗୁରୁବାର ପଞ୍ଜାବ ଫେରିଛନ୍ତି । ଦିଲ୍ଲୀରେ ଅମିତ ଶାହାଙ୍କୁ ଅମରିନ୍ଦର ଭେଟିବା, ଏହାପରେ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଏକ ବୈଠକ ନୂଆ କଳ୍ପନାଜଳ୍ପନା ସୃଷ୍ଟି କରିଛି ।
ଗୁରୁବାର ରାତିରେ ଶାହା ନଡ୍ଡାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା । ଏହାପୂର୍ବରୁ ବୁଧବାର ଅମରିନ୍ଦର ଶାହାଙ୍କୁ ଭେଟିଥିଲେ । ଗୁରୁବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା(NSA) ଅଜିତ ଡୋଭାଲଙ୍କୁ ଭେଟିଥିଲେ ଯାହା ପରେ ଡୋଭାଲ ଶାହାଙ୍କୁ ଭେଟିଥିଲେ । ଏହି ସମସ୍ତ ବୈଠକ ପଞ୍ଜାବର ରାଜନୈତିକ ପରିସ୍ଥିତିକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।