ଓଡିଶା

odisha

ଚୀନକୁ ଘେରିବେ ଭାରତ-ଜାପାନ ବାୟୁସେନା ! ଖୁବଶୀଘ୍ର ମିଳିତ ଯୁଦ୍ଧାଭ୍ୟାସ

By

Published : Dec 10, 2020, 6:49 PM IST

ଭାରତ ଗସ୍ତରେ ଅଛନ୍ତି ଜାପାନ ବାୟୁସେନାର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଇଜୁସୁ ଶୁଞ୍ଜି । ତେବେ ଇଜୁସୁ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ଆରକେଏସ ଭଦୋରିଆଙ୍କୁ ଭେଟି ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଚୀନକୁ ଘେରିବାକୁ ଭାରତ-ଜାପାନ ଏକଜୁଟ, 2 ଦେଶ କରିବେ ମିଳିତ ଯୁଦ୍ଧାଭ୍ୟାସ
ଚୀନକୁ ଘେରିବାକୁ ଭାରତ-ଜାପାନ ଏକଜୁଟ, 2 ଦେଶ କରିବେ ମିଳିତ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ଓ ପ୍ରଶିକ୍ଷଣ ମାଧ୍ୟମରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଭାରତ ଓ ଜାପାନ ବାୟୁସେନା ମଧ୍ୟରେ ହୋଇଛି ଆଲୋଚନା । ଭାରତ ଗସ୍ତରେ ଅଛନ୍ତି ଜାପାନ ବାୟୁସେନାର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଇଜୁସୁ ଶୁଞ୍ଜି । ତେବେ ଇଜୁସୁ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ଆରକେଏସ ଭଦୋରିଆଙ୍କୁ ଭେଟି ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି ।

ଦୁଇ ଦେଶର ନୌସେନା ମଧ୍ୟରେ ନିକଟରେ ମାଲବାର ଯୁଦ୍ଧାଭ୍ୟାସ ହୋଇଥିବା ବେଳେ ଏବେ ଜାପାନ ବାୟୁସେନା ମୁଖ୍ୟ ଭାରତ ଗସ୍ତରେ ଆସିଛନ୍ତି । ପଡୋଶୀ ଦେଶଗୁଡିକର ସୀମାରେ ଅଶାନ୍ତ ସୃଷ୍ଟି କରୁଥିବା ଚୀନ ଦୁଇ ଦେଶ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ।

ଆଲୋଚନା ପରେ ଦୁଇ ଦେଶର ବାୟୁସେନା ମୁଖ୍ୟ ପ୍ରତିରକ୍ଷା ସମ୍ପର୍କ କ୍ଷେତ୍ରରେ ଅଗ୍ରଗତି ନେଇ ମତ ଦେଇଛନ୍ତି । ଏହାସହ ଉଭୟ ଦେଶର ସୀମାରେ ସହମତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ସହାୟତା ଉପରେ ଆଲୋଚନା ହୋଇଥିବା ଭାରତୀୟ ବାୟୁସେନା ନିଜ ପ୍ରତିକ୍ରିୟାରେ କହିଛି ।

ସେପଟେ ଜେନେରାଲ ସୁଞ୍ଜି ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସିଡିଏସ ବିପିନ ରାୱତଙ୍କ ସହ ବୈଠକ କରିବେ ବୋଲି ଜଣାପଡିଛି ।

ABOUT THE AUTHOR

...view details