ଓଡିଶା

odisha

ETV Bharat / bharat

ପ୍ରେମ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଉଛନ୍ତି ବିହାରର ମୁସଲିମ ସମ୍ପ୍ରଦାୟ, ରାମ ନବମୀ ପାଇଁ ପ୍ରସ୍ତୁତ କରୁଛନ୍ତି ପତାକା - ବିହାରର ମୁସଲିମ ସମ୍ପ୍ରଦାୟ ପ୍ରସ୍ତୁତ କରୁଛନ୍ତି ରାମ ନବମା ପତାକା

ଭକ୍ତି, ପ୍ରେମ ଏବଂ ସମର୍ଥନର ଭିନ୍ନ ଏକ ବାର୍ତ୍ତା ଦେଉଛି ବିହାରର ଗୟା ଅଞ୍ଚଳ । ଏଠାରେ ରାମ ନବମୀ ପାଇଁ ପତାକା ପ୍ରସ୍ତୁତିରେ ଲାଗି ପଡିଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । ଅଧିକ ପଢନ୍ତୁ

ପ୍ରେମ ସୌହାର୍ଦ୍ଧର ବାର୍ତ୍ତା ଦେଉଛନ୍ତି ବିହାରର ମୁସଲିମ ସମ୍ପ୍ରଦାୟ, ରାମ ନବମୀ ପାଇଁ ପ୍ରସ୍ତୁତ କରୁଛନ୍ତି ପତାକା
ପ୍ରେମ ସୌହାର୍ଦ୍ଧର ବାର୍ତ୍ତା ଦେଉଛନ୍ତି ବିହାରର ମୁସଲିମ ସମ୍ପ୍ରଦାୟ, ରାମ ନବମୀ ପାଇଁ ପ୍ରସ୍ତୁତ କରୁଛନ୍ତି ପତାକା

By

Published : Apr 5, 2022, 8:17 PM IST

ପାଟନା: ଭକ୍ତି, ପ୍ରେମ ଏବଂ ସମର୍ଥନର ଭିନ୍ନ ଏକ ବାର୍ତ୍ତା ଦେଉଛି ବିହାରର ଗୟା ଅଞ୍ଚଳ । ଦିନ ଭରି ରମଜାନ ପାଳନ କରୁଥିବା ମୁସଲିମ୍ ଅଧିବାସୀ ରାମ ନବମୀ ପାଇଁ ପତାକା ପ୍ରସ୍ତୁତିରେ ଲାଗିପଡିଛନ୍ତି ଏଠାକାର ମୁସଲିମ ସମ୍ପ୍ରଦାୟର ଲୋକେ । ଚଳିତ ବର୍ଷ ଗୋଟିଏ ମାସରେ ରମଜାନ ଏବଂ ରାମ ନବମୀ ପଡୁଥିବାରୁ ସାମ୍ପ୍ରଦାୟିକ ହିଂସାର ଆଶଙ୍କା କରାଯାଉଛି । ମାତ୍ର ଏଠାରେ ଦୁଇ ପର୍ବକୁ ପାଳନ ପାଇଁ ବେଶ୍ ଉତ୍ସାହର ସହ ଲାଗି ପଡିଛନ୍ତି ଉଭୟ ସମ୍ପ୍ରଦାୟର ଲୋକେ ।

ପ୍ରେମ ସୌହାର୍ଦ୍ଧର ବାର୍ତ୍ତା ଦେଉଛନ୍ତି ବିହାରର ମୁସଲିମ ସମ୍ପ୍ରଦାୟ, ରାମ ନବମୀ ପାଇଁ ପ୍ରସ୍ତୁତ କରୁଛନ୍ତି ପତାକା

ଦିନେ ନୁହଁ କି ଦୁଇ ଦିନ ଦୀର୍ଘ ୭୦ ବର୍ଷ ହେବ ବିହାର ଗୟା ନିକଟ କେପି ରୋଡ ବଜାରରେ ରାମ ନବମୀ ପାଇଁ ମୁସଲିମ୍ ସମ୍ପ୍ରଦାୟର ଲୋକେ ପତାକା ପ୍ରସ୍ତୁତ କରିଆସୁଛନ୍ତି । ଜଣେ ବ୍ୟବସାୟୀ ମହମ୍ମଦ ରଶିଦ କହିଛନ୍ତି ଯେ, 'ରାମ ନବମୀ ପତାକା ପ୍ରସ୍ତୁତ କରିବା ପାଇଁ ସେ ବେଶ୍ ଆଗ୍ରହର ସହ ଅପେକ୍ଷା କରିଥାଏ । ପତାକା ପ୍ରସ୍ତୁତ କରି ବେଶ୍ ଖୁସି ଲାଗେ । ହିନ୍ଦୁ-ମୁସଲିମ ଏପରି ସାମ୍ପ୍ରଦାୟିକ ଭେଦଭାବକୁ ବିଶ୍ବାସ କରେ ନାହିଁ । ଭଗବାନ ଏକ ସେ ମୋତେ ଏହି କାମ ପାଇଁ ପଠାଇଛନ୍ତି ।' ମୁସଲିମ୍ ହୋଇ ରାମଙ୍କ ପୂଜା ପାଇଁ ପତାକା ପ୍ରସ୍ତୁତ କରୁଥିଲେ ମଧ୍ୟ କେବେ କୌଣସି ବ୍ୟକ୍ତିଙ୍କ ପକ୍ଷରୁ ବିବାଦର ଶିକାର ହୋଇନଥିବା କହିଛନ୍ତି ମହମ୍ମଦ । ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଖବର ଶୁଣିଲେ ଆଘାତ ଲାଗେ ବୋଲି ସେ କହିଛନ୍ତି ।

ତେବେ କେବଳ ଯେ ମହମ୍ମଦ କାହିଁକି, ତାଙ୍କ ଭାଇ, ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରାମ ନବମୀ ପତାକା ପ୍ରସ୍ତୁତ କରିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରିଥାନ୍ତି । ସେମାନେ କହିଛନ୍ତି ଯେ, ଆମେ କେବଳ ଟଙ୍କା ପାଇଁ କାମ କରୁନୁ, ସାମାଜିକ ସେବା ଉଦ୍ଦେଶ୍ୟରେ କାମ କରୁଛୁ । ଅନ୍ୟପଟେ ହିନ୍ଦୁ ବ୍ୟବସାୟୀ ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି । ଜଣେ ହିନ୍ଦୁ ବ୍ୟବସାୟୀ କହିଛନ୍ତି ଯେ, ଏଠାରେ ଆମେ ସବୁବେଳେ ଭାଇ-ଭାଇ ହୋଇ କାମ କରିଥାଉ । ଉଭୟ ଉଭୟଙ୍କୁ ସାହାଯ୍ୟର ହାତ ବଢାଇଥାଉ । ମୁସଲିମ ସମ୍ପ୍ରଦାୟର ଲୋକେ ରାମଙ୍କ ପାଇଁ ପତାକା ପ୍ରସ୍ତୁତ କଲେ ମଧ୍ୟ ଆମେ କୌଣସି ବାଛ-ବିଚାର କରୁନା ବରଂ ଆମେ ତାଙ୍କୁ ସମର୍ଥନ ଜଣାଇଥାଉ । ସବୁଠୁ ବଡ କଥା ହେଉଛି କି ମହମ୍ମଦ ରଶିଦ ସୁନ୍ଦର ଏବଂ ଭଲ ପତାକା ପ୍ରସ୍ତୁତ କରିଥାନ୍ତି । ସେଥିପାଇଁ ତାଙ୍କ ନିକଟରେ ଲୋକଙ୍କ ଭିଡ ଲାଗିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details