ଓଡିଶା

odisha

ETV Bharat / bharat

ଆନନ୍ଦ ମହିନ୍ଦ୍ରାଙ୍କ ବଡ ଘୋଷଣା, ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି - ଅଗ୍ନିପଥ ଯୋଜନା

ଅଗ୍ନିବୀରଙ୍କ ୪ ବର୍ଷର ଚାକିରି ସମାପ୍ତି ପରେ ମହିନ୍ଦ୍ରା ଗ୍ରୁପରେ କାମ କରିବାର ସୁଯୋଗ ଦେବେ ଆନନ୍ଦ ମହିନ୍ଦ୍ରା । ଅଧିକ ପଢନ୍ତୁ

ଆନନ୍ଦ ମହେନ୍ଦ୍ରାଙ୍କ ବଡ ଘୋଷଣା, ଅଗ୍ନିବୀରଙ୍କୁ  ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି
ଆନନ୍ଦ ମହେନ୍ଦ୍ରାଙ୍କ ବଡ ଘୋଷଣା, ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି

By

Published : Jun 20, 2022, 10:58 AM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜାରି ରହିଛି ହିଂସା (Agnipath Scheme Protest)। ଏହାରି ମଧ୍ୟରେ ମହେନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନେ ଅଗ୍ନିବୀରରେ ସାମିଲ ହେବେ ସେମାନଙ୍କ ୪ ବର୍ଷର ଚାକିରି ସମାପ୍ତି ପରେ ମହିନ୍ଦ୍ରା ଗ୍ରୁପରେ କାମ କରିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

ସେ ଆହୁର ମଧ୍ୟ କହିଛନ୍ତି ଯେ, "୧୪ ଜୁନରେ ଅଗ୍ନିପଥ ଯୋଜନା ବିଷୟରେ ଘୋଷଣା କରାଯାଇଥିଲା, ସେବେଠାରୁ ଦେଶରେ ଏହାକୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ଯୋଜନାରେ ପେନ୍‌ସନ୍‌କୁ ରଦ୍ଦ କରାଯାଇଥିବାବେଳେ ସେବା କେବଳ ଚାରି ବର୍ଷ ମଧ୍ୟରେ ସୀମିତ ରହିଛି, ଯାହା ଭଲ ନୁହେଁ । ସେନାରେ ଯୋଗଦେବାକୁ ଇଚ୍ଛା କରୁଥିବା ଛାତ୍ରମାନଙ୍କର ପ୍ରଶ୍ନ ହେଉଛି ଚାରି ବର୍ଷ ପରେ ଅବସର ନେବାବେଳେ ସେମାନେ କ’ଣ କରିବେ?

ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣା:ଆନନ୍ଦ ମହିନ୍ଦ୍ରା ଏନେଇ ଟ୍ବିଟ କରି କହିଛନ୍ତି ଯେ ଅଗ୍ନିପଥ ଯୋଜନା ଘୋଷଣା ପରେ ଦେଶରେ ଯେଉଁ ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇ ଜାତୀୟ ସମ୍ପତ୍ତି ନଷ୍ଟ କରାଯାଉଛି ସେଥିପାଇଁ ମୁଁ ଦୁଃଖିତ । ଗତ ବର୍ଷ ଯେତେବେଳେ ଏହି ଯୋଜନା ଉପରେ ବିଚାର କରାଯାଉଥିଲା, ମୁଁ କହିଥିଲି ଯେ ଅଗ୍ନିବୀରରେ ଯେଉଁ ଅନୁଶାସନ ଏବଂ କୌଶଳ ମିଳିବ ତାହା ଯୁବକ ଓ ଯୁବତୀଙ୍କୁ ଉତକୃଷ୍ଟ ନିଯୁକ୍ତି ଦେବ । ଏହି ଯୋଜନାରେ ସାମିଲ ହୋଇ ଅବସର ପରେ ମହିନ୍ଦ୍ରା ଗ୍ରୁପ୍ ତାଲିମପ୍ରାପ୍ତ ଦକ୍ଷ ଯୁବକମାନଙ୍କୁ କମ୍ପାନୀରେ ଚାକିରି କରିବାର ସୁଯୋଗ ଦେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଅଗ୍ନିପଥ ଯୋଜନା ବିରୋଧରେ ଆଜି ଭାରତ ବନ୍ଦ ଡାକରା

ତେବେ କମ୍ପାନୀର କେଉଁ ପୋଷ୍ଟରେ ଅଗ୍ନିବୀରଙ୍କୁ ଚାକିରୀ ଦେବା ନେଇ ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଶ୍ନ କରାଯାଇଥିବାବେଳେ, ଏହାର ଉତ୍ତରରେ ସେ ନେତୃତ୍ୱ ଗୁଣ, ଟିମ ଓ୍ବାର୍କ ଏବଂ ଶାରୀରିକ ପ୍ରଶିକ୍ଷଣ ଯୋଗୁଁ ଅଗ୍ନିବୀରଙ୍କୁ ଆଡମିନିଷ୍ଟ୍ରେସନ୍, ସପ୍ଲାଏଚେନ ଓ ମ୍ୟାନେଜମେଣ୍ଟରେ କାମ ପ୍ରଦାନ କରାଯିବ ବୋଲି କହିଛନ୍ତି । ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ପ୍ରଦର୍ଶନକାରୀ ମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ।

ଫଳରେ ରେଳବାଇର ୭୦୦ କୋଟି କ୍ଷତି ଘଟିଛି । ସେହିପରି ବିହାରରେ ବିକ୍ଷୋଭକାରୀ ଏବଂ ଛାତ୍ର ସଂଗଠନର ବିହାର ବନ୍ଦ ଆହ୍ବାନ ପରେ ଆଜି ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ଡାକରା ଦେଇଛନ୍ତି । ଏ ସମ୍ପର୍କରେ ସମସ୍ତ ରାଜ୍ୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ନିର୍ଦ୍ଦେଶ ଦିଆଯାଇଛି । ବିରୋଧୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

ଆନ୍ଦୋଳନକାରୀଙ୍କ ବିରୋଧ ପ୍ରଦର୍ଶନରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ RPF ଏବଂ GRP କୁ ନିର୍ଦ୍ଦେଶ ଦିଆଯାଇଛି । ହିଂସା ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବା ନେଇ ମଧ୍ୟ କୁହାଯାଇଛି । ଭରତ ବନ୍ଦ ଡାକରା ସମୟରେ ବିହାରର ୨୦ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଅଗ୍ନିପଥ ଯୋଜନା ବିରୋଧରେ ଏହି ଜିଲ୍ଲାଗୁଡ଼ିକରେ ହିଂସା ଘଟିଥିଲା ।

ABOUT THE AUTHOR

...view details