ଓଡିଶା

odisha

ଆମେରିକା ଗସ୍ତ ପାଇଁ ମୋଦିଙ୍କୁ ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣ

By

Published : Feb 1, 2023, 3:24 PM IST

ଆମେରିକା ଯିବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ଜୋ ବାଇଡେନ୍ । ଜି -20 ବୈଠକ ପୂର୍ବରୁ ଆମେରିକା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ  ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆମେରିକା ଯିବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ପିଏମ ମୋଦି ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇପାରନ୍ତି । ସୂଚନାନୁଯାୟୀ, ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଏହି ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ମୋଦି ସ୍ବୀକାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ତାରିଖ ସ୍ଥିର ହୋଇ ନାହିଁ । ତେବେ ତାରିଖକୁ ନେଇ ଉଭୟ ପକ୍ଷର ଅଧିକାରୀମାନେ ଶୀଘ୍ର ଆଲୋଚନା କରିବାର ସୂଚନା ରହିଛି ।

ଆମେରିକାର ରାଷ୍ଟ୍ରପତି ଚଳିତ ବର୍ଷ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଭାରତ ଜି-୨୦ ଶିଖର ସମ୍ମିଳନୀର ଆୟୋଜକ କରିବା ସହ ଏହାର ଅଧ୍ୟକ୍ଷତା କରିବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ତଥା ବିଭିନ୍ନ ଦେଶର ନେତା ଯୋଗଦାନ କରିବେ । ଜି -20 ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ଆମେରିକାର ଅଧିକାରୀମାନେ ଜୁନ୍-ଜୁଲାଇ ମାସରେ ଏକ ତାରିଖ ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ।

ଭାରତ ଜି-20 ସଭାପତିତ୍ବ ଗ୍ରହଣ କରିଛି । ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଭାପତିତ୍ବ ଯୋଗ୍ୟତା ହାସଲ କରିଛି ଭାରତ । ଜି-୨୦ର ସଭାପତିତ୍ବ ମଧ୍ୟରେ ଭାରତ ଦେଶର ୩୨ଟି ସ୍ଥାନରେ ମୋଟ ୨୦୦ଟି ବୈଠକର ଆୟୋଜନ କରିବ । ଭାରତ ଆୟୋଜକ ଭାବେ ଚଳିତ ବର୍ଷ ଜି-୨୦ ସମ୍ମିଳନୀ ଆୟୋଜନ କରିବ । ଏଥିରେ ବିଭିନ୍ନ ରାଷ୍ଟ୍ରର ଅନେକ ହାଇ ପ୍ରୋଫାଇଲ ରାଷ୍ଟ୍ର ମୁଖ୍ୟ ଯୋଗ ଦେବେ । ଯାହାକି ଏକ ବୃହତ ଆନ୍ତର୍ଜାତିକ ସମାବେଶ ହେବ । 2023ରେ ନୂଆଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ ସମୟରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ସେ ହ୍ବାଇଟ ହାଉସରେ ଏକ ରାଜକୀୟ ଭୋଜନରେ ଯୋଗ ଦେଇପାରନ୍ତି । ତେବେ ମୋଦିଙ୍କ ଆମେରିକା ଗସ୍ତ ରାଜନୀତି ଦୃଷ୍ଟିରୁ ଏଥର ମଧ୍ୟ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ୨୦୨୪ ନିର୍ବାଚନ ଦୃଷ୍ଟି କୋଣରୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିବ । ବିଦେଶରେ ରହୁଥିବା ଭାରତୀୟଙ୍କୁ ପକ୍ଷଭୁକ୍ତ କିରବାରେ ବେଶ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details