ଓଡିଶା

odisha

ETV Bharat / bharat

ଆନ୍ଧ୍ରରେ ଚାଞ୍ଚଲ୍ୟ; ବିଷ ଦେଇ 300 ବୁଲା କୁକୁରଙ୍କୁ ହତ୍ୟା - ୩ ଶହ ବୁଲା କୁକୁରଙ୍କୁ ହତ୍ୟା

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ପ୍ରାୟ ୩୦୦ ମୃତ କୁକୁରଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଆନ୍ଧ୍ରରେ ଚାଞ୍ଚଲ୍ୟ; ବିଷ ଦେଇ ୩ ଶହ ବୁଲା କୁକୁରଙ୍କୁ ହତ୍ୟା
ଆନ୍ଧ୍ରରେ ଚାଞ୍ଚଲ୍ୟ; ବିଷ ଦେଇ ୩ ଶହ ବୁଲା କୁକୁରଙ୍କୁ ହତ୍ୟା

By

Published : Aug 2, 2021, 12:55 PM IST

ଅମରାବତୀ:ହଜିଗଲା ମାନବିକତା । ପୁଣି ସାମ୍ନାକୁ ଆସିଲା ପଶୁ ହତ୍ୟା ଭଳି ନୃଶଂସ ଘଟଣା । ୩୦୦ ବୁଲା କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାଟି ତଳେ ପୋତି ଦେଲା ମନୁଷ୍ୟ ରୂପି ରାକ୍ଷସ । କଣ କରିଥିଲେ ଏହି ବୁଲା କୁକୁର ? କାହିଁ କି ଦିନକୁ ଦିନ ପଶୁଙ୍କ ପ୍ରତି ଏମିତି ନିର୍ଦ୍ଦୟ ହେଉଛି ମନୁଷ୍ୟ ? ବୁଝିବାର ଶକ୍ତି ଥାଇବି ମାନବିକତା ଭୁଲି ଯାଉଛି ମନୁଷ୍ଯ । ଆଉ ଏହା ହେଉଛି ତାର ଜ୍ବଳନ୍ତ ଉଦାହରଣ । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ପ୍ରାୟ ୩୦୦ ମୃତ କୁକୁରଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି । ଏହାପରେ ଏକ ପଶୁ ଅଧିକାର ଗୋଷ୍ଠୀ ଏନେଇ ଅଭିଯୋଗ କରିଛନ୍ତି ।

ଧର୍ମାଜିଗୁଡେମ୍ ସବ୍ ଇନ୍ସପେକ୍ଟର ରମେଶ କହିଛନ୍ତି ଯେ ଜୁଲାଇ ୨୪ରେ ଲିଙ୍ଗପୋଲ ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ ପ୍ରାୟ ୩୦୦ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ପରେ ଗ୍ରାମ ପୋଖରୀରେ ଖୋଳା ଯାଇଥିବା ଏକ ଗର୍ତ୍ତରେ ପୋତି ଦେଇଥିଲେ । ଏହା ପରେ ଜୁଲାଇ ୨୯ରେ ଚଲାପାଲ୍ଲୀ ଶ୍ରୀଲତା ନାମକ ଜଣେ ପଶୁ ଅଧିକାର କର୍ମୀ ଧର୍ମଜୀଗୁଦମ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।। ଏହା ପରେ ଧାରା ୪୨୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ଚାଲିଛି ।

@ANI

ABOUT THE AUTHOR

...view details