ଲକ୍ଷ୍ନୌ:ହଷ୍ଟେଲ ରୁମରେ ବୋମା ତିଆରି କରୁଥିଲେ ଛାତ୍ର । ହଠାତ୍ ବୋମା ବିସ୍ଫୋରଣ ହେବାରୁ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବୁଧବାର ରାତିରେ ହଷ୍ଟେଲର ଗୋଟିଏ ରୁମରେ ଅଚାନକ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଜଣ ଛାତ୍ର ଗମ୍ଭୀର ଭାବେ ଆହତ ହୋଇଥିଲେ । ଜଣେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଫେରାର୍ ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାରୁ ସେହି ଛାତ୍ର ଦ୍ବୟ ବୋମା ଭିଡୁଥିବା ବେଳେ ଏହା ବିସ୍ଫୋରଣ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ବୁଧବାର ରାତିରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟ ହଷ୍ଟେଲର ୬୮ ନମ୍ବର ରୁମରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହି ଶବ୍ଦ ଶୁଣି ଅନ୍ୟ ଛାତ୍ରମାନେ ସେଠାକୁ ଧାଇଁ ଆସିଥିଲେ । ରୁମକୁ ଯାଇ ଦେଖିବାରୁ ଚାରିଆଡେ ରକ୍ତ ଛିଟା ପଡିଥିଲା ଏବଂ ସେଠାରେ ପ୍ରଭାତ ଯାଦବ ନାମକ ଜଣେ ଛାତ୍ର ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପ୍ରଭାତଙ୍କ ସହ ପ୍ରତ୍ୟୁଷ ନାମକ ଆଉ ଜଣେ ଛାତ୍ର ଥିଲେ । ସେ ସାମାନ୍ୟ ଆହତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଗିରଫ, ଜଣେ ଏବେ ବି ଫେରାର୍