ଓଡିଶା

odisha

ETV Bharat / bharat

Monsoon Session of parliament: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଜାରି

ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଅଂଶଗ୍ରହଣ କରିଛନ୍ତି ପ୍ରାୟ ସମସ୍ତ ଦଳର ସାଂସଦ । ଲୋକସଭା ବାଚସ୍ପତି ଓମ ବିର୍ଲା କରୁଛନ୍ତି ଅଧ୍ୟକ୍ଷତା । ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ମୌସୁମୀ ଅଧିବେଶନ । ଅଧିକ ପଢନ୍ତୁ

Monsoon Session of parliament: ଆଜି ସର୍ବଦଳୀୟ ବୈଠକ, ପହଞ୍ଚୁଛନ୍ତି ବିଭିନ୍ନ ଦଳର ସାଂସଦ
Monsoon Session of parliament: ଆଜି ସର୍ବଦଳୀୟ ବୈଠକ, ପହଞ୍ଚୁଛନ୍ତି ବିଭିନ୍ନ ଦଳର ସାଂସଦ

By

Published : Jul 16, 2022, 4:49 PM IST

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ(Monsoon Session of parliament) ପୂର୍ବରୁ ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ ଡାକିଛନ୍ତି । ବାଚସ୍ପତିଙ୍କ ଦ୍ବାରା ଆହୁତ ବୈଠକରେ ବିଭିନ୍ନ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି । ସଂସଦ ଭବନରେ ଅପରାହ୍ନ ୪ ଟାରୁ ଏହି ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସାମ୍ବିଧାନିକ ପରମ୍ପରା ଅନୁସାରେ, ପ୍ରତି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାର ପରମ୍ପରା ରହିଆସିଛି ।

ଆଜି ଅନୁଷ୍ଠିତ ବୈଠକରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ, DMK ସାଂସଦ ଟି.ଆର ବାଲୁ, ବିଜେପି ସାସଂଦ ତଥା କେନ୍ଦ୍ରୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ଅର୍ଜୁନ ରାମ ମେଘଓ୍ବାଲ, YSRCP ସାଂସଦ ପି.ଭି ମୁଥୁରେଡ୍ଡୀ, RLJP ସାଂସଦ ପଶୁପତି କୁମାର ପାରସଙ୍କ ସମେତ ଅନ୍ୟ କିଛି ଦଳର ବରିଷ୍ଠ ସାଂସଦମାନେ ମଧ୍ୟ ସଂସଦରେ ପହଞ୍ଚି ସାରିଥିବା ସୂଚନା ମିଳିଛି ।

ଚଳିତ ଅଧିବେଶନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଗତ ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ବିଲ ଆଗତ ଓ ଆଲୋଚନାବେଳେ ସମସ୍ତ ସଦସ୍ୟଙ୍କ ସହଯୋଗ ଚାହିଁବେ ବାଚସ୍ପତି । ଚଳିତ ମୌସୁମୀ ଅଧିରବେଶନ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ABOUT THE AUTHOR

...view details