ଓଡିଶା

odisha

କେଜ୍ରିଓ୍ବାଲ ସରକାରର ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ବିଜେପି

By

Published : Sep 5, 2022, 6:44 PM IST

ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବ ଦିଲ୍ଲୀ ବିଜେପି ବିଧାୟକ ଦଳ । କେଜ୍ରିଓ୍ବାଲ ସରକାରର ବରଖାସ୍ତ ପାଇଁ ଦେବେ ସ୍ମାରକପତ୍ର (memorandum for dismissal of the Kejriwal govt)। ଏକାଧିକ ବଡ ଦୁର୍ନୀତିରେ AAP ସରକାର ସମ୍ପୃକ୍ତ ଥିବା ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲ ସରକାରର ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ବିଜେପି
କେଜ୍ରିଓ୍ବାଲ ସରକାରର ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ବିଜେପି

ନୂଆଦିଲ୍ଲୀ: କେଜ୍ରିଓ୍ବାଲ ସରକାରକୁ ବରଖାସ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବ ବିଜେପି । ଆସନ୍ତାକାଲି (ମଙ୍ଗଳବାର) ସମସ୍ତ ବିଜେପି ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (President Droupadi Murmu) ସାକ୍ଷାତ କରି କେଜ୍ରିଓ୍ବାଲ ସରକାରକୁ ବରଖାସ୍ତ ପାଇଁ ସ୍ମାରକପତ୍ର (BJP MLAs to give memorandum to President ) ପ୍ରଦାନ କରିବାକୁ ଯାଉଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନେଇ ବିଜେପି ନେତା ତଥା ବିରୋଧୀ ଦଳ ନେତା ରାମବୀର ସିଂ ବିଧୁଡି ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏକ ପ୍ରେସମିଟକୁ ସମ୍ବୋଧିତ କରି ବିଧୁଡି କହିଛନ୍ତି, ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ 10 ଟାରେ ବିଜେପି ବିଧାୟକମାନେ ବିଜୟଚୌକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP)ସରକାରକୁ ବରଖାସ୍ତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିବେ ।

ଦିଲ୍ଲୀରେ ବର୍ତ୍ତମାନ ଅବକାରୀ ଦୁର୍ନୀତିର ତଦନ୍ତ ଜାରି ରଖିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଜେରା କରିବା ସହ ତାଙ୍କ ବାସଭବନରେ ଚଢାଉ କରି ସାରିଛି ସଂସ୍ଥା । ବିରୋଧୀ ଦଳ ନେତା ବିଧୁଡି ଅଭିଯୋଗ କରିଛନ୍ତି ଦିଲ୍ଲୀ ସରକାରରେ ଏହା ବ୍ୟତୀତ ଏକାଧିକ ଦୁର୍ନୀତି ମଧ୍ୟ ହୋଇଛି । ଦିଲ୍ଲୀ ପରିବହନ ନିଗମ(DTC) ରେ ପ୍ରାୟ 3,200 କୋଟିର ଦୁର୍ନୀତି ଓ ଦିଲ୍ଲୀ ଜଳ ବୋର୍ଡରେ ପ୍ରାୟ 58 ହଜାର କୋଟିର ଅନିୟମିତତା ହୋଇଛି । ଏକାଧିକ ଦୁର୍ନୀତିରେ ସାମିଲ ଦିଲ୍ଲୀର କେଜ୍ରିଓ୍ବାଲ ସରକାରକୁ ବରଖାସ୍ତ କରିବା ପାଇଁ ଦଳ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବ (memorandum for dismissal of the Kejriwal govt)।

ଅନ୍ୟପଟେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ରାଜନୈତିକ ଓ ଆକ୍ରୋଷମୂଳକ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ କେଜ୍ରିଓ୍ବାଲ ପ୍ରଥମରୁ କହି ଆସିଛନ୍ତି । ସେହିପରି ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଦଳୀୟ ବିଧାୟକଙ୍କୁ ପ୍ରଲୋଭନ ସହ ଧମକ ମଧ୍ୟ ଦେଉଛି । ପ୍ରତ୍ୟେକ ବିଧାୟକଙ୍କୁ 20 କୋଟି ଟଙ୍କା ସହ ବିଜେପିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଉଛି । ଏପରି ନକରିଲେ ମାମଲାରେ ଫସାଇ ଦେବା ପାଇଁ ବିଜେପି ପକ୍ଷରୁ ଧମକ ମିଳୁଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ମନୀଷ ସିସୋଦିଆ ମଧ୍ୟ ଏପରି ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତାଙ୍କୁ ବିଜେପିରେ ସାମିଲ ହେବା ସର୍ତ୍ତରେ ତାଙ୍କ ନାମରେ ଥିବା ସମସ୍ତ ମାମଲାର ତଦନ୍ତ ବନ୍ଦ କରି ଦିଆଯିବା ନେଇ ବିଜେପି ପକ୍ଷରୁ ପ୍ରସ୍ତାବ ମଧ୍ୟ ମିଳିଥିବା ଅଭିଯୋଗ କରିଥିଲା ସିସୋଦିଆ । ବିଜେପି ଏହାକୁ ମିଥ୍ୟା ବୋଲି କହିଥିଲା । ଆସନ୍ତାକାଲି ବିଜେପି ଏପରି ଏକାଧିକ ଅଭିଯୋଗ ସହ ଆପ ସରକାରର ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details