ଓଡିଶା

odisha

ETV Bharat / bharat

ONGCର ପ୍ରଥମ ମହିଳା ମୁଖ୍ୟ ହେଲେ ଅଳକା ମିତ୍ତଲ

ଓଏନଜିସି (Oil and Natural Gas Corporation Limited) ଏଚଆର ନିର୍ଦ୍ଦେଶିକା ଅଳକା ମିତ୍ତଲଙ୍କୁ ଗୁରୁ ଦାୟିତ୍ବ । କମ୍ପାନୀର ସିଏମଡି (Chairman & Managing Director) ଭାବେ ଅଳକା ମିତ୍ତଲଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

By

Published : Jan 4, 2022, 12:15 PM IST

ONGCର ପ୍ରଥମ ମହିଳା ମୁଖ୍ୟ ହେଲେ ଅଳକା ମିତ୍ତଲ
ONGCର ପ୍ରଥମ ମହିଳା ମୁଖ୍ୟ ହେଲେ ଅଳକା ମିତ୍ତଲ

ନୂଆଦିଲ୍ଲୀ: ଓଏନଜିସି (Oil and Natural Gas Corporation Limited) ଏଚଆର ନିର୍ଦ୍ଦେଶିକା ଅଳକା ମିତ୍ତଲଙ୍କୁ ଗୁରୁ ଦାୟିତ୍ବ । କମ୍ପାନୀର ସିଏମଡି (Chairman & Managing Director) ଭାବେ ଅଳକା ମିତ୍ତଲଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅଳକା ପ୍ରଥମ ମହିଳା ଭାବେ ONGCର ମୁଖ୍ୟ ହୋଇଛନ୍ତି । ଏନେଇ ONGC ଟ୍ବିଟ କରି ସୂଚନା ଦେଇଛି ।

ଗତ ଡିସେମ୍ବରରେ ସୁଭାଷ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଅଳକା ମିତ୍ତଲଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଗତବର୍ଷ ଏପ୍ରିଲରେ ଓଏନଜିସି ଭାବେ ଦାୟିତ୍ବ ନେଇଥିଲେ । ଅଳକା ଓଏନଜିସି ବୋର୍ଡରେ ଜଣେ ବରିଷ୍ଠ ନିର୍ଦ୍ଦେଶିକା ହୋଇଥିବାରୁ ତାଙ୍କୁ ପଦବୀରେ ଅବସ୍ଥାପିତ କରାଯାଇଛି ।

ଓଏନଜିସି ଭାରତ ପୁଞ୍ଜିକରଣ ବଜାରରେ ଏକ ଗୁରୁତ୍ବପୂର୍ଣ୍ଣ ପବ୍ଲିକ ସକ୍ଟର । ସୁଭାଷ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କମ୍ପାନୀର କେହି ଅଧ୍ୟକ୍ଷ ଓ ଏମଡି ନଥିଲେ । ୨୦୨୧ ମାର୍ଚ୍ଚ ୩୧ରେ ଶଶୀ ଶଙ୍କର ଅବସର ନେଇଥିଲେ । ଏହା ପରେ ସୁଭାଷଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details