ଓଡିଶା

odisha

ETV Bharat / bharat

ପିଏମଙ୍କ ଆନ୍ଦୋଳନଜୀବୀ ଜବାବରେ ରାମ ମନ୍ଦିର ନିଧି ସଂଗ୍ରହକାରୀଙ୍କୁ ଚାନ୍ଦାଜୀବୀ କହିଲେ ଅଖିଳେଶ - ଅଖିଳେଶ ଯାଦବ

ପ୍ରଧାନମନ୍ତ୍ରୀଙ୍କ ଆନ୍ଦୋଳନଜୀବୀ ବୟାନ ଉପରେ ପ୍ରତିକ୍ରିୟା ଦେଇ ସପା ନେତା ଅଖିଳେଶ ପ୍ରଶ୍ନ କରିଛନ୍ତି, ଯେଉଁମାନେ ଘର ଘର ବୁଲି ଏବେ ଚାନ୍ଦା ଆଦାୟ କରୁଛନ୍ତି, ସେମାନେ ଚାନ୍ଦାଜୀବୀ ନୁହେଁ କି? ଅଧିକ ପଢନ୍ତୁ...

ପିଏମଙ୍କ ଆନ୍ଦୋଳନଜୀବୀ ଜବାବରେ ରାମ ମନ୍ଦିର ନିଧି ସଂଗ୍ରହକାରୀଙ୍କୁ ଚାନ୍ଦାଜୀବୀ କହିଲେ ଅଖିଳେଶ
ପିଏମଙ୍କ ଆନ୍ଦୋଳନଜୀବୀ ଜବାବରେ ରାମ ମନ୍ଦିର ନିଧି ସଂଗ୍ରହକାରୀଙ୍କୁ ଚାନ୍ଦାଜୀବୀ କହିଲେ ଅଖିଳେଶ

By

Published : Feb 9, 2021, 7:56 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସମର୍ଥନରେ ସଂସଦରେ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ସାଂସଦ ଅଖିଳେଶ ଯାଦବ । କୃଷି ଆଇନକୁ ନେଇ ବିରୋଧୀ କ୍ରମାଗତ ସରକାରଙ୍କୁ ଘେରିଆସୁଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ । ପ୍ରଧାନମନ୍ତ୍ରୀଙ୍କ ଆନ୍ଦୋଳନଜୀବୀ ବୟାନ ଉପରେ ପ୍ରତିକ୍ରିୟା ଦେଇ ସପା ନେତା ଅଖିଳେଶ ପ୍ରଶ୍ନ କରିଛନ୍ତି, ଯେଉଁମାନେ ଘର ଘର ବୁଲି ଏବେ ଚାନ୍ଦା ଆଦାୟ କରୁଛନ୍ତି, ସେମାନେ ଚାନ୍ଦାଜୀବୀ ନୁହେଁ କି?

ଲୋକସାଭାରେ ସପା କୃଷି ଆଇନକୁ ନେଇ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଗୃହରେ ନିଜ ମତ ରଖି ଅଖିଳେଶ କହିଛନ୍ତି, ସରକାର କହୁଛନ୍ତି ଆଇନ ଚାଷୀଙ୍କ ପାଇଁ । ହେଲେ ଯେବେ ଚାଷୀ ଏହି ଆଇନ ଚାହୁଁ ନାହାନ୍ତି, ସେତେବେଳେ ଏହାକୁ କଣ ପାଇଁ ପ୍ରତ୍ୟାହାର କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଯାଦବ ।

ଅଖିଳେଶ ଯାଦବ କହିଛନ୍ତି ଯେ ସରକାରଙ୍କୁ କିଏ ଅଟକାଉଛନ୍ତି। କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ଅଭିଯୋଗ ରହିଛି କି ଏହି ଆଇନ କର୍ପୋରେଟ ପାଇଁ ଉଦ୍ଦିଷ୍ଟ ।

ରାଜ୍ୟସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଦେବା ସମୟରେ ଅନେକ ଥର ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଲୋକ ଚାଷୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଛନ୍ତି । ଦେଶରେ ଗୋଟିଏ ନୂଆ ସମ୍ପ୍ରଦାୟ 'ଆନ୍ଦୋଳନଜୀବୀ' ଜନ୍ମ ନେଇଛନ୍ତି । ଏମାନେ ପ୍ରତ୍ୟେକ ବିରୋଧ ପ୍ରଦର୍ଶନରେ ନଜର ଆସୁଛନ୍ତି ବୋଲି କହିଥିଲେ ମୋଦି ।

ପିଏମ କହିଥିଲେ, ଆମେ ଶ୍ରମଜୀବୀ ଓ ବୁଦ୍ଧିଜୀବୀ ଭଳି କିଛି ଶବ୍ଦ ସହ ପରିଚିତ ଅଛୁ । ହେଲେ ମୁଁ ଦେଖୁଛି ଯେ ଗତ କିଛି ଦିନରୁ ଦେଶରେ ଏକ ନୂଆ ସମ୍ପ୍ରଦାୟ 'ଆନ୍ଦୋଳନଜୀବୀ' ଜନ୍ମ ନେଇଛି । ଆଇନଜୀବୀଙ୍କ ଆନ୍ଦୋଳନ ହେଉ କି ଛାତ୍ର ଆନ୍ଦୋଳନ କିମ୍ବା ଶ୍ରମିକ ଆନ୍ଦୋଳନ, ଏମାନେ ସବୁ ଜାଗାରେ ନଜର ଆସୁଛନ୍ତି । ଏମାନେ ଏପରି ସମ୍ପ୍ରଦାୟ, ଯେଉଁମାନେ ଆନ୍ଦୋଳନ ବିନା ବଞ୍ଚିପାରିବେ ନାହିଁ । ଏମାନେ ଆନ୍ଦୋଳନ ଭିତରେ ବଞ୍ଚିବା ପାଇଁ ରାସ୍ତା ଖୋଜୁଛନ୍ତି । ଆମକୁ ଏପରି ଲୋକଙ୍କୁ ଚିହ୍ନିବା ଦରକାର । ଏମାନେ ପରଜୀବୀ ହୋଇଥିବା ବେଳେ ଏମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details