ଓଡିଶା

odisha

କ୍ୟାପ୍ଟେନଙ୍କ ଘର ବାହାରେ ଅକାଳୀ ଦଳର ବିରୋଧ ପ୍ରଦର୍ଶନ, ଗିରଫ ହେଲେ ସୁଖବୀର

By

Published : Jun 15, 2021, 3:38 PM IST

ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଶିରୋମଣୀ ଅକାଳୀ ଦଳର ସୁପ୍ରିମୋ ସୁଖବୀର ସିଂହ ବାଦଲଙ୍କ ନେତୃତ୍ବରେ ବିରୋଧୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଘର ବାହାରେ ଜାରି ରଖିଛନ୍ତି ଜୋରଦାର ବିରୋଧ ପ୍ରଦର୍ଶନ । ଅଧିକ ପଢନ୍ତୁ...

କ୍ୟାପ୍ଟେନଙ୍କ ଘର ବାହାରେ ଅକାଳୀଙ୍କ ବିରୋଧ ପ୍ରଦର୍ଶନ, ଗିରଫ ହେଲେ ସୁଖବୀର
କ୍ୟାପ୍ଟେନଙ୍କ ଘର ବାହାରେ ଅକାଳୀଙ୍କ ବିରୋଧ ପ୍ରଦର୍ଶନ, ଗିରଫ ହେଲେ ସୁଖବୀର

ଜୟପୁର: ପଞ୍ଜାବରେ ଭ୍ୟାକ୍ସିନ ଘୋଟାଲାକୁ ନେଇ ବଡ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଶିରୋମଣୀ ଅକାଳୀ ଦଳର ସୁପ୍ରିମୋ ସୁଖବୀର ସିଂହ ବାଦଲଙ୍କ ନେତୃତ୍ବରେ ବିରୋଧୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଘର ବାହାରେ ଜାରି ରଖିଛନ୍ତି ଜୋରଦାର ବିରୋଧ ପ୍ରଦର୍ଶନ ।

ବିରୋଧ ପ୍ରଦର୍ଶନ ସମୟରେ ସୁଖବୀର ସିଂହ ବାଦଲଙ୍କ ସମେତ ଅକାଲୀ ଦଳ ଓ ବହୁଜନ ସମାଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ କରାଯାଇଛି ଗିରଫ । ଅକାଳୀ ଦଳ ଓ ବିଏସପି କାର୍ଯ୍ୟକର୍ତ୍ତା କ୍ୟାପ୍ଟେନ ଅମରିନ୍ଦରଙ୍କ ଘରଠୁ କିଛି ବାଟ ଦୂରରେ ଏହି ପ୍ରଦର୍ଶନ କରୁଛନ୍ତି। କୋଭିଡ କିଟ ଘୋଟାଲାର ଯାଞ୍ଚ ସହ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହଙ୍କୁ ହଟାଇବାର ଦାବି କରୁଛି ଅକାଳୀ ଦଳ ।

ବିରୋଧ ପ୍ରଦର୍ଶନ ଏତେ ଉଗ୍ର ହୋଇଥିଲା ଯେ ଅକାଳୀ ଦଳ ଓ ବସପା କାର୍ଯ୍ୟକର୍ତ୍ତା ବ୍ୟାରିକେଡ ଭାଙ୍ଗିବାକୁ ପଛାଇନଥିଲେ । ଏଥିପାଇଁ ପୋଲିସକୁ ପାଣିମାଡ କରିବାକୁ ପଡିଛି । ଏହି ସମୟରେ ପୋଲିସ ସହ ପ୍ରଦର୍ଶନକାରୀଙ୍କ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

ଗତ ସାଢେ ଚାରି ବର୍ଷ ମଧ୍ୟରେ କ୍ୟାପଟେନ ସରକାରଙ୍କ ବିରୋଧରେ ଏହା ହେଉଛି ସବୁଠାରୁ ବଡ ପ୍ରଦର୍ଶନ | ଅକାଳୀ ଦଳ କ୍ୟାପଟେନ ସରକାରଙ୍କ ଉପରେ ଲାଭ ପାଇଁ ଘରୋଇ ଡାକ୍ତରଖାନାକୁ କୋରୋନା ଟିକା ବିକ୍ରି କରିଥିବା ଅଭିଯୋଗ କରିଛି । ବିରୋଧୀ କ୍ୟାପଟେନ ସରକାରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହଙ୍କୁ ବଞ୍ଚାଇଥିବାର ଆରୋପ ମଧ୍ୟ ଲଗାଇଛି ।

ସରକାରୀ ଡାକ୍ତରଖାନାକୁ ଦେବା ପାଇଁ କିଣାଯାଇଥିବା ଟିକା କିପରି ଘରୋଇ ଡାକ୍ତରଖାନାରେ ପହଞ୍ଚିଲା ଏନେଇ ପ୍ରଶ୍ନ ପଚାରିଛନ୍ତି ବିରୋଧୀ । ଏହାପୂର୍ବରୁ ସୁଖବୀର ବାଦଲ କ୍ୟାପଟେନ ସରକାରଙ୍କୁ ଅଲ୍ଟିମେଟମ ଦେଇଥିଲେ ଯେ ଯଦି ଜୁନ 15 ସୁଦ୍ଧା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର ନକରନ୍ତି ତେବେ ସେ ତାଙ୍କ ଘର ଘେରାଉ କରିବେ ।

ABOUT THE AUTHOR

...view details