ଅହମ୍ମଦାବାଦ:ଆଜିକାଲିର ଦୁନିଆରେ ସଚ୍ଚୋଟ ଏବଂ କର୍ମନିଷ୍ଠ ବ୍ୟକ୍ତି ମିଳିବା ବିରଳ । ମାତ୍ର ଏହାର ଉଦାହରଣ ପାଲଟିଛନ୍ତି ଜଣେ ସଫେଇକର୍ମଚାରୀ । ତେବେ ସଫେଇକର୍ମଚାରୀ ଜଣକ ବିମାନବନ୍ଦର ଶୌଚାଳୟରୁ ପ୍ରାୟ ୮ଶହ ଗ୍ରାମରୁ ଅଧିକ ସୁନା ପାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା । ଏହି ସୁନାକୁ ସଫେଇକର୍ମଚାରୀ ଜଣକ ବିମାନବନ୍ଦର ଶୌଚାଳୟରୁ ପାଇଥିବା ବେଳେ ଏହାକୁ କଷ୍ଟମ ଅଫିସରେ ପ୍ରଦାନ କରିଛନ୍ତି । ତେବେ ଏପରି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟସ୍ଥିତ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ।
ସୂଚନା ମୁତାବକ, ବିମାନବନ୍ଦରରେ ସୁପରଭାଇଜର ଭାବରେ କାର୍ଯ୍ୟ କରନ୍ତି ହାର୍ବିନ୍ଦର ନାରୁକା । ସେ ଫ୍ଲାଶ୍ ଟ୍ୟାଙ୍କରର କଭର ଖୋଲା ଥିବା ଦେଖି ଶୌଚାଳୟ ଠିକ୍ ଭାବରେ ସଫା ହୋଇଛି କି ନାହିଁ ଯାଞ୍ଚ କରୁଥିଲେ। ଏନେଇ ଯାଞ୍ଚ କରୁଥିବା ସମୟରେ ଦୁଇଟି ପ୍ଲାଷ୍ଟିକ୍ ବ୍ୟାଗରେ ଦୁଇଟି ସୁନା ବ୍ରେସଲେଟ ଥିବାର ଦେଖିଥିଲେ । ଯାହାର ଓଜନ ପ୍ରାୟ 400 ଗ୍ରାମର ରହିଥିଲା।