ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । ଖୁବ ଶୀଘ୍ର ବିମାନ ଯାତ୍ରା ଉପରୁ ହଟିବ କଟକଣା । ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଇଛି ମଞ୍ଜୁରୀ ।
ମହାମାରୀ କୋରୋନା ସଂକ୍ରମଣ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିମାନରେ ସମ୍ପୂର୍ଣ୍ଣ କ୍ଷମତାର ୮୫ ପ୍ରତିଶତ ଯାତ୍ରୀ ଯାତ୍ରା କରିପାରୁଥିଲେ । ହେଲେ ଏହି କଟକଣା ଉଠାଇଦିଆଯାଇଛି । କୋରୋନା ସଂକ୍ରମଣ ମାମଲା ହ୍ରାସ ପରେ ବିମାନ ଯାତ୍ରାରେ କ୍ୟାପାସିଟି କ୍ୟାପ୍ସ(Capacity caps) ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।