ଓଡିଶା

odisha

By

Published : Mar 30, 2023, 10:58 AM IST

Updated : Mar 30, 2023, 11:20 AM IST

ETV Bharat / bharat

ନିର୍ଦ୍ଧାରିତ ସମୟ ପୂର୍ବରୁ ଉଡାଣ ଭରିଲା ଏୟାର ଇଣ୍ଡିଆ, ହନ୍ତସନ୍ତ ଯାତ୍ରୀ

15 ଜଣ ଯାତ୍ରୀଙ୍କୁ ନନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଡାଣ ଭରିଲା ଏୟାର ଇଣ୍ଡିଆ ବିମାନ । ହଇରାଣ ହେଲେ ଯାତ୍ରୀ । ଅଧିକ ପଢନ୍ତୁ

Air India plane departs for Kuwait from Vijaywada
Air India plane departs for Kuwait from Vijaywada

ଅମରାବତୀ: ନିର୍ଦ୍ଧାରିତ ସମୟ ପୂର୍ବରୁ କୁଏତ ଅଭିମୁଖେ ଉଡାଣ ଆରମ୍ଭ କଲା ଏୟାର ଇଣ୍ଡିଆ ବିମାନ । 15 ଜଣ ଯାତ୍ରୀଙ୍କୁ ନନେଇ ଉଡାଣ କରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟର ସାଢେ ତିନି ଘଣ୍ଟା ପୂର୍ବରୁ ବିଜୟଓ୍ବାଡାର ଗାନାନଭାରମ ଏୟାର ପୋର୍ଟରୁ ବୁଧବାର କୁଏତ ଅଭିମୁଖେ ଉଡାଣ କରିଥିଲା ଏୟାର ଇଣ୍ଡିଆ ବିମାନ । 85 ଯାତ୍ରୀଙ୍କୁ ନେଇ ଏହି ବିମାନ ଉଡାଣ କରିବାର ଥିଲା ।

ବିମାନ ଯାତ୍ରୀରୁ ବଞ୍ଚିତ ହୋଇଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, '' ଟିକେଟରେ ମଧ୍ୟାହ୍ନ 1ଟା 10 ମିନିଟରେ ବିମାନ ଉଡାଣ କରିବାର ଉଲ୍ଲେଖ ରହିଥିଲା । ଏହା କିନ୍ତୁ ସକାଳ 9ଟା 45 ମିନିଟରେ ବିମାନ ଉଡାଣ ଆରମ୍ଭ କରିଥିଲା । ଏୟାରଇଣ୍ଡିଆର କର୍ମଚାରୀ କହୁଛନ୍ତି ବିମାନ ଉଡାଣର ସମୟ ପରିବର୍ତ୍ତନ ହୋଇଥିବା ଆମେ ସୂଚନା ଦେଇଥିଲୁ । କିନ୍ତୁ ଆମ ପାଖରେ ଏ ସମ୍ବନ୍ଧୀୟ କୌଣସି ମେସେଜ ଆସିନାହିଁ '' ।

ଏହା ମଧ୍ୟ ପଢନ୍ତୁ-Bank Holiday In April 2023: ସାରିଦିଅନ୍ତୁ ବ୍ୟାଙ୍କ କାମ, ଏପ୍ରିଲରେ ୧୫ ଦିନ ଛୁଟି

ତେବେ ବିମାନ ଉଡାଣ ପରେ ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାତ୍ରୀ ମାନେ ଏୟାରଇଣ୍ଡିଆର କିଓସ୍କ ସମ୍ମୁଖରେ ଛିଡା ହୋଇ କର୍ମଚାରୀଙ୍କୁ ବିମାନର ଉଡାଣର ସମୟ ସମ୍ପର୍କରେ ପଚାରିଥିଲେ। ଯଦି ଉଡାଣର ସମୟ ପରିବର୍ତ୍ତନ ହୋଇଛି ଆମକୁ କାହିଁକି ସୂଚନା ଦିଆଯାଇ ନାହିଁ ପ୍ରଶ୍ନ କରିଥିଲେ ଯାତ୍ରୀ ।

ବିମାନ ଉଡାଣ ପୂର୍ବରୁ ଅନେକ ଯାତ୍ରୀଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କୁ ଏବିଷୟରେ ପଚାରିବାରୁ ସେମାନେ କହିଥିଲେ ଯେ, ଆମେ ଟ୍ରାଭେଲ ଏଜେନ୍ସିକୁ ଏ ବିଷୟରେ ଜଣାଇଛୁ । କିନ୍ତୁ ଆମ ପାଖକୁ କୌଣସି କଲ୍‌ କିମ୍ବା ମେସେଜ ଆସିନଥିବା ଜଣେ ଯାତ୍ରୀ କହିଛନ୍ତି ।

ଗତ ଫେବୃଆରୀ ମାସରେ ଆବୁଧାବିରୁ କାଲିକଟ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିବାରୁ ଜରୁରୀକାଳିନ ଅବତରଣ କରିଥିଲେ ପାଇଲଟ । ସୁରକ୍ଷିତ ଭାବେ ବିମାନଟି ଅବତରଣ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ରହିଥିବା ଜଣାପଡିଥିଲା । ସେହିପରି ଗତ ଜାନୁଆରୀ 23 ତାରିଖ ଦିନ ଥିରୁଅନନ୍ତପୁରମରୁ ମସ୍କଟ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଫେରିଆସିଥିଲା । ଯାନ୍ତ୍ରିକ ତୃଟି ଯୋଗୁଁ150 ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରି ଆସିଥିଲା ।

Last Updated : Mar 30, 2023, 11:20 AM IST

ABOUT THE AUTHOR

...view details