ଓଡିଶା

odisha

ETV Bharat / bharat

ବ୍ଲାକ ଫଙ୍ଗସ ବିରୋଧରେ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛି ଏମ୍ସ

ବ୍ଲାକ ଫଙ୍ଗସ ବିରୋଧରେ ଲଢିବା ପାଇଁ ଏମ୍ସ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସ ବିରୋଧରେ ନୂଆ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛି ଏମ୍ସ
ବ୍ଲାକ ଫଙ୍ଗସ ବିରୋଧରେ ନୂଆ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛି ଏମ୍ସ

By

Published : May 18, 2021, 1:49 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସହିତ ବର୍ତ୍ତମାନ ଦେଶରେ ଆଉ ଏକ ଭୟ ଭାବେ ଉଭା ହୋଇଛି ବ୍ଲାକ ଫଙ୍ଗସ ସଂକ୍ରମଣ । ଏହା ବିରୋଧରେ ଦେଶବାସୀ ଲଢିବା ପାଇଁ ଏମ୍ସ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛି ବୋଲି ମଙ୍ଗଳବାର ସୂଚନା ମିଳିଛି ।

ଦେଶରେ କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ବିହାରରେ ବ୍ଲାକ ଫଙ୍ଗସ ମାମଲା ଦେଖିବାକୁ ମିଳିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ମ୍ୟୁକରମାଇସୋସିସ ବା ବ୍ଲାକ ଫଙ୍ଗସ ଏକ ଜୀବାଣୁ ସଂକ୍ରମଣ । ବାୟୁମଣ୍ଡଳରେ ବୁଲୁଥିବା ଏହି ଜୀବାଣୁର ସଂସ୍ପର୍ଶରେ ଆସିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଚର୍ମରେ କୌଣସି ଆଘାତ ବାଟ ଦେଇ ଏହି ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।

କୋରୋନା ମହାମାରୀରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିବା ଲୋକଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି । ଏହାସହିତ ମଧୁମେହ ରୋଗୀ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକ ମଧ୍ୟ ଏହି ଜୀବାଣୁ ଦ୍ବାରା ସଂକ୍ରମିତ ହେଉଛନ୍ତି । ଅଣୁଜୀବ ମ୍ୟୁକରମାଇସିଟିସ ଦ୍ବାରା ଏହି ରୋଗ ହୋଇଥାଏ, ଯାହାକି ମାଟି ଓ ପଚାସଢା ପଦାର୍ଥ ଯେପରି ପଚାପତ୍ର ଆଦିରେ ରହିଥାଏ ।

କୋରୋନା ଆକ୍ରାନ୍ତଙ୍କୁ ଏହି ସଂକ୍ରମଣ ହେଉଥିବାର କାରଣ ହେଉଛି ସେମାନେ ମହାମାରୀରୁ ସୁସ୍ଥ ହେବା ପାଇଁ ସେମାନଙ୍କୁ ଡେକ୍ସାମିଥାସୋନ ନାମରେ ଏକ ଔଷଧ ଦିଆଯାଇଥାଏ । ଯାହାକୁ ସେବନ କରିବା ଦ୍ବାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଏଥିଲାଗି ବ୍ଲାକ ଫଙ୍ଗସ ସଂକ୍ରମଣ କୋରୋନା ରୋଗୀଙ୍କଠାରେ ଅଧିକ ଦେଖିବାକୁ ମିଳୁଛି ।

@ANI

ABOUT THE AUTHOR

...view details