ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା । କିନ୍ତୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇ ନଥିବା ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହେବା ପରିବର୍ତ୍ତେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିବା ଆଧ୍ୟାତ୍ମିକ ଗୁରୁଙ୍କ ଘନିଷ୍ଠ ସୁତ୍ରରୁ ଜଣାପଡ଼ିଛି । ଦିଲ୍ଲୀର ଏକ ହୋଟେଲରେ ଏମ୍ସର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିବା ଦଲାଇଲାମାଙ୍କ ଅନୁଗାମୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଦଲାଇଲାମାଙ୍କ ବ୍ୟକ୍ତିଗତ ସଚିବ ଚିମି ରିଗଜିନ ଧର୍ମଶାଳାରେ କହିଥିଲେ ଯେ, ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଡାକ୍ତରୀ ଯାଞ୍ଚ ପାଇଁ ଦିଲ୍ଲୀରେ ଅଛନ୍ତି । କ୍ରମାଗତ ଭାବେ ସେ ଥଣ୍ଡାରେ ପୀଡ଼ିତ ରହୁଥିଲେ । ଚିନ୍ତା କରିବାର କିଛି ନାହିଁ, ଆସନ୍ତା ଦୁଇରୁ ତିନିଦିନ ପରେ ସେ ଧର୍ମଶାଳାକୁ ଫେରିବେ ।
ଏହା ମଧ୍ୟ ପଢନ୍ତୁ-ଦଲାଇଲାମା ଅସୁସ୍ଥ, ଦିଲ୍ଲୀ AIIMS ଭର୍ତ୍ତି
ଭାରତରେ ଶରଣ ନେଇଥିବା ସର୍ବୋଚ୍ଚ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଅସୁସ୍ଥ ଥିବା ଖବର ରବିବାର ସାମ୍ନାକୁ ଆସିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । କିନ୍ତୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇନଥିବା ହସ୍ପିଟାଲ ତରଫରୁ ଆଜି ସ୍ପଷ୍ଟ କରାଯାଇଛି । ଦିଲ୍ଲୀର ଏକ ହୋଟେଲରେ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ଦଲାଇଲାମାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।