ଓଡିଶା

odisha

By

Published : Sep 1, 2021, 12:31 PM IST

ETV Bharat / bharat

ଆରପାରିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା AIADMKର ସଂଯୋଜକ ପନିରସେଲଭମଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

ଆରପାରିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ
ଆରପାରିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚେନ୍ନାଇ:ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା AIADMKର ସଂଯୋଜକ ପନିରସେଲଭମଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ପ୍ରକାଶ ଥାଉକି, କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଖରାପ ଥିଲା । ସେ ଦୁଇ ସପ୍ତାହ ହେବ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି(ବୁଧବାର) ହୃଦଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବିଜୟଲଷ୍ମୀଙ୍କ ଦେହାନ୍ତ ଖବର ପାଇଁ ଶୋକ ପ୍ରକାଶ କରିଛନ୍ତି ତାମିଲନାଡୁ ସିଏମ ଏମକେ ଷ୍ଟାଲିନ । ସମବେଦନା ଜଣାଇବାକୁ ଷ୍ଟାଲିନ ବ୍ୟକ୍ତିଗତ ଭାବରେ ପନିରସେଲଭମଙ୍କୁ ଭେଟିଛନ୍ତି । ଏହା ସହିତ ପନିରସେଲଭମଙ୍କ ବାସଗୃହକୁ ଅନ୍ତିମ ଦର୍ଶନ ପାଇଁ ବହୁ ନେତା ମନ୍ତ୍ରୀଙ୍କ ସୁଅ ଛୁଟିଛି ।

ABOUT THE AUTHOR

...view details