ଅହମ୍ମଦାବାଦ:ବହୁଚର୍ଚ୍ଚିତ ଗୁଜୁରାଟର 2002 ଗୋଧ୍ରା ଦଙ୍ଗା ମାମଲାରେ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କଲା ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ । ପୂର୍ବତନ ପୋଲିସ ଅତିରିକ୍ତ ଡିଜିପି ଆର.ବି ଶ୍ରୀକୁମାରଙ୍କୁ ଏହି ସମନ ଜାରି କରାଯାଇଛି । ସମନ ପାଇବା ପରେ ସେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହୋଇଥିବା ମଧ୍ୟ ସୂଚନା ମିଳିଛି ।
Godhra Riots 2002: ପୂର୍ବତନ ଅତିରିକ୍ତ DGPଙ୍କୁ କ୍ରାଇମବ୍ରାଞ୍ଚର ସମନ - ଗୋଧ୍ରା ଦଙ୍ଗା ମାମଲାରେ କ୍ରାଇମବ୍ରାଞ୍ଚର ନୋଟିସ
ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ ରାୟର ଚ୍ୟାଲେଞ୍ଜ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ଗୁଜୁରାଟ ପୂର୍ବତନ ଅତିରିକ୍ତ ଡିଜିପିଙ୍କୁ ସମନ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ
Godhra Riots 2002: ପୂର୍ବତନ ଅତିରିକ୍ତ ପୋଲିସ DGP ଙ୍କୁ କ୍ରାଇମବ୍ରାଞ୍ଚର ସମନ
ଗୁଜୁରାଟରେ ଗୋଧ୍ରା କାଣ୍ଡ ପରବର୍ତ୍ତୀ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଥିବା କ୍ଲିନଚିଟ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଜାକିଆ ସଫାରୀ (Zakia Zafari)। ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ମାମଲାରେ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ହାଜର ହେବା ପାଇଁ ସମନ ଜାରି କରିଛି । ସମନ ପାଇବା ପରେ ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପହଞ୍ଚିଥିବା ମଧ୍ୟ ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ