ଓଡିଶା

odisha

ETV Bharat / bharat

ତାଜମହଲ ଗୃହ ଟିକସ ଦେବାକୁ ASIକୁ ନୋଟିସ - ତାଜମହଲ

ତାଜମହଲ ଗୃହ ଟିକସ ଦେବାକୁ ଏଏସଆଇକୁ ନୋଟିସ ଜାରି କଲା ଆଗ୍ରା ମ୍ୟୁନିସିପାଲଟି କର୍ପୋରେସନ । ୧୨ ଦିନ ମଧ୍ୟରେ ଏଏସଆଇକୁ ଏହି ଟିକସ ଭରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

taj mahal house tax
ତାଜମହଲ ଗୃହ ଟିକସ

By

Published : Dec 19, 2022, 3:04 PM IST

ତାଜମହଲ ଗୃହ ଟିକସ

ନୂଆଦିଲ୍ଲୀ:ଆଗ୍ରା ମ୍ୟୁନିସିପାଲଟି କର୍ପୋରେସନ ପ୍ରତ୍ନତତ୍ତ୍ୱ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ବିଭାଗକୁ ଗୃହ ଟିକସ ଦେବାକୁ ଏକ ନୋଟିସ ଜାରି କରିଛି । ପ୍ରେମର ପ୍ରତୀକ ତାଜମହଲ ଓ ବେବି ତାଜମହଲ ପାଇଁ ଗୃହ ଟିକସ ଦେବାକୁ ନୋଟିସ ଜାରି କରାଯାଇଛି ।

୧୨ ଦିନ ମଧ୍ୟରେ ଏଏସଆଇକୁ ଏହି ଟିକସ ଭରିବାକୁ କୁହାଯାଇଛି । ଏପରି ନୋଟିସ ଦେଖି ଅଧିକାରୀମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପ୍ରଥମ ଥର ପାଇଁ ତାଜମହଲ ଏବଂ ବେବି ତାଜ ଘର ଟ୍ୟାକ୍ସ ଜମା କରିବାକୁ ନୋଟିସ କରାଯାଇଛି । ତାଜମହଲ ଏବଂ ଏଟମାଦ୍ଦୁଲାର ଏଏସଆଇ ଅଧିକାରୀମାନେ ମ୍ୟୁନିସିପାଲିଟି କର୍ପୋରେସନକୁ ଏନେଇ ଏକ ଚିଠି ଲେଖିଛନ୍ତି । 1920 ମସିହାରେ ତାଜମହଲକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରାଯାଇଥିଲା । 102 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ASI ତାଜମହଲ ଏବଂ ବେବି ତାଜ ଘର ଟ୍ୟାକ୍ସ ଜମା କରିବାକୁ ନୋଟିସ ପାଇଛି ।

ତାଜମହଲ ଗୃହ ଟିକସ ୧.୪୭ ଲକ୍ଷ

ଆଗ୍ରା ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ 31, 2022 ପର୍ଯ୍ୟନ୍ତ ଜମି ଟିକସ 88784 ଟଙ୍କା ଏବଂ ଏଥିରେ 47943 ଟଙ୍କା ସୁଧ ରହିଛି। 2022-23 ଆର୍ଥିକ ବର୍ଷ ପାଇଁ ଏହି ଗୃହ ଟିକସ 11098 ଟଙ୍କା ବୋଲି ଦର୍ଶାଯାଇଛି । ଏକ ଟଙ୍କା ଶୁଳ୍କ ଦର୍ଶାଇ ତାଜମହଲ ପାଇଁ ମୋଟ ଗୃହ ଟିକସ 1,47,826 ଟଙ୍କା ଜମା କରିବାକୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ASIର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ରାଜକୁମାର ସାର୍କ କହିଛନ୍ତି ଯେ, "ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ବିଶ୍ବ ଐତିହ୍ୟ ତାଜମହଲ ଏବଂ ଏଟମାଦ୍ଦୁଲା ମେମୋରିଆଲ ଗୃହ ଟିକସ ଜମା କରିବାକୁ ନୋଟିସ୍ ଦିଆଯାଇଛି। ଏହାର ତଦାରଖ କରାଯାଉଛି ।"

ସହକାରୀ ମ୍ୟୁନିସିପାଲିଟି କମିଶନର କହିଛନ୍ତି ଯେ, "ସାଇ କନଷ୍ଟ୍ରକସନ କମ୍ପାନୀ ସାଟେଲାଇଟ୍ ଇମେଜ୍ ମ୍ୟାପିଂ ମାଧ୍ୟମରେ ଗୃହ ଟ୍ୟାକ୍ସ ପାଇଁ ସର୍ଭେ କରିଛି । ସେହି ଆଧାରରେ ବିଜ୍ଞପ୍ତି ଜାରି କରାଯାଇଛି । ସର୍ଭେରେ କମ୍ପାନୀ ମଧ୍ୟ ଅନେକ ତ୍ରୁଟି କରିଥିଲା, ଯେଉଁଥିପାଇଁ ଅନେକ ସ୍ଥାନକୁ ନୋଟିସ୍ ମଧ୍ୟ ଭୁଲ ଭାବରେ ପଠାଯାଇଥିଲା । ବର୍ତ୍ତମାନ କମ୍ପାନୀ ଦ୍ୱାରା ଜାରି ହୋଇଥିବା ନୋଟିସକୁ ସଂଶୋଧନ କରାଯାଉଛି ।"

ABOUT THE AUTHOR

...view details