ଓଡିଶା

odisha

ସେନାରେ ଯୁବଶକ୍ତି ବୃଦ୍ଧି କରିବାରେ ସହାୟକ ହେବ Agnipath: କମାଣ୍ଡର

ସଶସ୍ତ୍ର ବଳରେ ଯୁବଶକ୍ତିଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ (Agnipath) ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ତିନି ସେନା ଯଥା ସ୍ଥଳସେନା, ବାୟୁସେନା ଓ ନୌସେନାରେ ଏହି ନିଯୁକ୍ତି ସୁଯୋଗ ପାଇବେ ଦେଶର ଯୁବଶକ୍ତି । ଏହି ଯୋଜନା ଯୁବଶକ୍ତିକୁ ସଶକ୍ତ କରିବ ବୋଲି କହିଛନ୍ତି ଦକ୍ଷିଣ ପଶ୍ଚିମ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂ ବିନ୍ଦର । ଅଧିକ ପଢନ୍ତୁ

By

Published : Jun 16, 2022, 12:22 PM IST

Published : Jun 16, 2022, 12:22 PM IST

Agnipath Scheme
Agnipath Scheme

ଜୟପୁର: ସଶସ୍ତ୍ର ବଳରେ ଯୁବଶକ୍ତିଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ (Agnipath) ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ତିନି ସେନା ଯଥା ସ୍ଥଳସେନା, ବାୟୁସେନା ଓ ନୌସେନାରେ ଏହି ନିଯୁକ୍ତି ସୁଯୋଗ ପାଇବେ ଦେଶର ଯୁବଶକ୍ତି । ଏହି ଯୋଜନା ଯୁବଶକ୍ତିକୁ ସଶକ୍ତ କରିବା ସହ ସେନାରେ ଯୁବଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି ଦକ୍ଷିଣ ପଶ୍ଚିମ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂ ବିନ୍ଦର । ସେ ଏହା ମଧ୍ୟ କହିଛନ୍ତି ପ୍ରତିରକ୍ଷା ପ୍ରତିଷ୍ଠାନ ବାଧ୍ୟତାମୂଳକ ସାମରିକ କର୍ତ୍ତବ୍ୟ ପ୍ରଣାଳୀ ଉପରେ ଦୃଷ୍ଟି ଦେଉନାହିଁ ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଅଗ୍ନିପଥ ଯୋଜନା ହେଉଛି ଏକ ବୈପ୍ଲବିକ ପରିବର୍ତ୍ତନ । ଏହା ସେନାର ଯୁବ ଶକ୍ତିକୁ ସଶକ୍ତ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂ ବିନ୍ଦର । ସଶସ୍ତ୍ର ବାହିନୀ ବାଧ୍ୟତାମୂଳକ ସାମରିକ ତାଲିମ ନେଇ ପଚରା ଯାଇଥିବା ପ୍ରଶ୍ନରେ ସେନାଧ୍ୟକ୍ଷ ଏହି ସମ୍ଭାବନାକୁ ଏଡ଼ାଇ କହିଛନ୍ତି ଯେ, "ଆମେ ବାଧ୍ୟତାମୂଳକ ସାମରିକ କର୍ତ୍ତବ୍ୟ ପ୍ରଣାଳୀକୁ ଦେଖୁନାହୁଁ, ଆମେ ଅଧିକ ଯୁବଶକ୍ତିକୁ ସେନାରେ ସାମିଲ ହେବାକୁ ଗୁରୁତ୍ବ ଦେଉଛୁ । ଆମେ ଆଶା କରୁଛୁ ଯେ, 90 ଦିନ ମଧ୍ୟରେ ନିଯୁକ୍ତି ଆରମ୍ଭ ହେବ ।"

ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ 4 ବର୍ଷ ପାଇଁ ଦେଶ ସେବା ପାଇଁ ସୁଯୋଗ ମିଳିବ । ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ନିଯୁକ୍ତୁ ସୁଯୋଗ ରହିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି । 4 ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ 25% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଏନେଇ ଆବେଦନକାରୀଙ୍କ ବୟସ 17.5ରୁ 21 ବର୍ଷ ରଖାଯାଇଛି ।

ପ୍ରଶିକ୍ଷଣ ଅବଧି ସମେତ ପ୍ରାର୍ଥୀଙ୍କୁ 4 ବର୍ଷ କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ । ଜୁନ 14 ତାରିଖରେ ଏହି ଯୋଜନାର ଘୋଷଣା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଯୋଜନାରେ ସୈନ୍ୟମାନଙ୍କ ନିଯୁକ୍ତି ଚୁକ୍ତିଭିତ୍ତିକ ଥିବା ବେଳେ ଚାକିରିର ଅବଧି ୪ ବର୍ଷ ଥିବାରୁ ଏହାକୁ ଜୋରଦାର ବିରୋଧ ହୋଇଛି । ବିହାର ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଯୋଜନାକୁ ବିରୋଧ କରି ପୋଡାଜଳା ହେଉଥିବା ଦେଖିବାକୁ ମିିିଳିିଛି ।

ABOUT THE AUTHOR

...view details