ନୂଆଦିଲ୍ଲୀ:ଦେଶରେ ପୁଣି ବଢିଲା ତୈଳ ଦର । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇପଡିଥିବା ବେଳେ ଲଗାତାର ତୈଳ ଦର ବୃଦ୍ଧି ସମସ୍ୟାକୁ ଦ୍ବିଗୁଣିତ କରିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୮୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ଟଙ୍କା ଥିବା ବେଳେ ଡିଜେଲ ୯୭.୪୫ ଟଙ୍କା ରହିଛି । ଭୋପାଳରେ ପେଟ୍ରୋଲ ଓ ଡିଜେଲ ୧୧୦.୨୦, ୯୮.୬୭, କୋଲକାତାରେ ୧୦୨.୦୮ ଓ ୯୩.୦୨ ଟଙ୍କାରେ ପହଞ୍ଚିଛି ।