ଓଡିଶା

odisha

ETV Bharat / bharat

President Polls: ବିରୋଧୀଙ୍କୁ ଶକ୍ତ ଧକ୍କା, ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ - ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ

ରାଷ୍ଟ୍ରପତି ନିର୍ବାଚନ (President Elections) ନେଇ ପାଖେଇ ଆସୁଛି ସମୟ । ପ୍ରାର୍ଥୀତ୍ବକୁ ନେଇ ଜାରି ରହିଛି ସସପେନ୍ସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banarjee) ଙ୍କ ଅଧ୍ୟକ୍ଷତାରେ ବିରୋଧୀଙ୍କ ଏକ ସମନ୍ବିତ ବୈଠକ ଶେଷ ହୋଇଛି । ବୈଠକର ନିଷ୍ପତ୍ତି ଅନୁସାରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଧିକ ପଢନ୍ତୁ

President Elections
President Elections

By

Published : Jun 20, 2022, 7:59 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ (President Elections) ନେଇ ପାଖେଇ ଆସୁଛି ସମୟ । ପ୍ରାର୍ଥୀତ୍ବକୁ ନେଇ ଜାରି ରହିଛି ସସପେନ୍ସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banarjee)ଙ୍କ ଅଧ୍ୟକ୍ଷତାରେ ବିରୋଧୀଙ୍କ ଏକ ସମନ୍ବିତ ବୈଠକ ଶେଷ ହୋଇଛି । ବୈଠକର ନିଷ୍ପତ୍ତି ଅନୁସାରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରାର୍ଥୀ ଭାବେ ମହାତ୍ମା ଗାନ୍ଧୀ (Mahatma Gandhi)ଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧୀ (Gopal krishna Gandhi)ଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିରୋଧୀଙ୍କ ପ୍ରସ୍ତାବକୁ ନେଇ ଗୋପାଳ କୃଷ୍ଣ କିଛି ସମୟ ମାଗିଥିଲେ । ହେଲେ ଆଜି ବିରୋଧୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଗୋପାଳକୃଷ୍ଣ ।

ଏକ ବୟାନ ଜାରି କରି ଗୋପାଳ କୃଷ୍ଣ ଗାନ୍ଧୀ (Gopal krishna Gandhi) କହିଛନ୍ତି, ‘ତାଙ୍କ ଠାରୁ ଆହୁରି ଉପଯୁକ୍ତ ପ୍ରାର୍ଥୀ ବିରୋଧୀ ଦଳଙ୍କୁ ମିଳିପାରିବେ । ଯିଏ ସମସ୍ତ ଦଳଙ୍କୁ ଏକାଠି କରିପାରିବେ । ଗୋପାଳ କୃଷ୍ଣ କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାମ ବିଚାର କରିଥିବାରୁ ସେ କୃତଜ୍ଞ । ହେଲେ ପ୍ରସ୍ତାବକୁ ନେଇ ସେ କିଛି ସମୟ ମାଗିଥିଲେ । ଅନେକ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ଗୋପାଳକୃଷ୍ଣ ।’

ସେ ଆହୁରି କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମୋ ଠାରୁ ଦେଶରେ ଆହୁରି ଅନେକ ଯୋଗ୍ୟ ଲୋକ ଅଛନ୍ତି । ଯେଉଁ ନେତା ସମସ୍ତ ଦଳକୁ ଏକାଠି ନେଇ ଆଗକୁ ଯାଇ ପାରିବେ ବୋଲି କହିଛନ୍ତି ଗୋପାଳକୃଷ୍ଣ । ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କୁ ରାଷ୍ଚ୍ରପତି ପ୍ରାର୍ଥୀ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସମ୍ଭବତଃ ଆସନ୍ତାକାଲି ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ବୈଠକ ବସିପାରେ । ତେବେ ବର୍ତ୍ତମାନର ସ୍ଥିତି ଦେଖିଲେ ଏହା ସ୍ପଷ୍ଟ ଯେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ବିଜେପି ନେତୃତ୍ବାଧୀନ ଏନଡିଏ ଫ୍ରଣ୍ଟଫୁଟରେ ରହିଛି ।

ABOUT THE AUTHOR

...view details