ନୂଆଦିଲ୍ଲୀ:ଜେଲ୍ ଭିତରେ ଅୟସ୍ କରୁଛନ୍ତି ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ପ୍ରଥମେ ମସାଜ୍, ସୁସ୍ବାଦୁ ଖାଦ୍ୟ ପରେ ପୁଣି ସାମ୍ନାକୁ ଆସିଛି ମନ୍ତ୍ରୀଙ୍କୁ ଭିଭିଆଇପି ସୁବିଧାର ଆଉ ଏକ ଭିଡିଓ । କିଛି କର୍ମଚାରୀ ସତ୍ୟେନ୍ଦ୍ର ଜୈନଙ୍କ ସେଲ୍ ଭିତରର ସଫାସୁତୁରା କରୁଥିବା ଏହି ଭିଡିଓରେ ଦେଖାଯାଇଛି ।(housekeeping video emerges from Satyendar Jain's cell) ତାଙ୍କ ସେଲ୍ ଚଟାଣକୁ ପୋଛା ଯାଉଥିବା ବେଳେ କାରପେଟ୍ ବଦଳାଯାଉଛି ଓ ବେଡସିଟ୍ ମଧ୍ୟ ବିଛାଯାଉଥିବା ଦେଖିବାକୁ ମିଳିଛି । ଆପ୍ ମନ୍ତ୍ରୀଙ୍କୁ ୮ରୁ ୧୦ ଜଣ ଲୋକେ ସେବା ଯୋଗାଉଥିବା କହି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା(Shehzad Poonawalla) ଏହି ଭିଡିଓଟିକୁ ସେୟାର କରିଛନ୍ତି ।
ଜେଲ୍ରେ ଅୟସ କରୁଛନ୍ତି ଆପ୍ ମନ୍ତ୍ରୀ, ପୁଣି ଆସିଲା ଭିଡିଓ - ଜେଲ୍ରେ ଅୟସ କରୁଛନ୍ତି ଆପ୍ ମନ୍ତ୍ରୀ
ସାମ୍ନାକୁ ଆସିଛି ଆପ୍ ମନ୍ତ୍ରୀଙ୍କୁ ଭିଭିଆଇପି ସୁବିଧାର ଆଉ ଏକ ଭିଡିଓ । ୮ରୁ ୧୦ ଜଣ ଲୋକ ମନ୍ତ୍ରୀଙ୍କ ସେବାରେ ଲାଗିଥିବାର ଭିଡିଓ ସେୟାର କରି କହିଲା ବିଜେପି । ଅଧିକ ପଢନ୍ତୁ
ଏହାମଧ୍ୟ ପଢନ୍ତୁ: ପୁଣି ସାମ୍ନାକୁ ଆସିଲା ସତ୍ୟେନ୍ଦ୍ରଙ୍କ ନୂଆ ଭିଡିଓ, ଜେଲରେ ଚାଲିଛି ମନ୍ତ୍ରୀଙ୍କ ଦରବାର
ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିଛା ଛାଡୁନି ବିବାଦ । ମନ୍ତ୍ରୀଙ୍କ ଜେଲ୍ ଭିତରର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍(Tihar Jail) ଭିତରେ ବୈଠକ କରୁଥିବାର ଏକ ଭିଡିଓ ଗତକାଲି ଭାଇରାଲ ହୋଇଥିଲା । ଭିଡିଓରେ ଜେଲ୍ ସୁପରିଟେଣ୍ଡଣ୍ଟ ବସିଥିବା ଦେଖାଯାଇଥିଲା । ସତ୍ୟେନ୍ଦ୍ର ଜୈନ ତାଙ୍କ ସେଲରେ କିଛି ଲୋକଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଜେଲ୍ ସୁପରିଟେଣ୍ଡଣ୍ଟ ସେଠାକୁ ଆସିଥିଲେ ଓ ତାଙ୍କ ସହ ବସି କଥା ହୋଇଥିଲେ । ଏହାର ଦିନକ ପରେ ପୁଣି ନୂଆ ଭିଡିଆ ସାମ୍ନାକୁ ଆସିଛି । ପୂର୍ବରୁ ଜେଲ୍ରେ ଆପ୍ ନେତା ହୋଟେଲ ଖାଦ୍ୟ, ସୁସ୍ବାଦୁ ଫଳ ଓ ଡ୍ରାଏଫ୍ରୁଟ ଖାଇବା ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେହିପରି ଜଣେ ଦୁଷ୍କର୍ମକାରୀ ଠାରୁ ମନ୍ତ୍ରୀ ମସାଜ ନେବା ଘଟଣାରେ ଆପ୍କୁ ଘେରିଥିଲା ଭାରତୀୟ ଜନତା ପାର୍ଟି (BJP) ।