ଓଡିଶା

odisha

ETV Bharat / bharat

PM Modi in UAE: ଆବୁଧାବିରେ ରାଷ୍ଟ୍ରପତି ନାହ୍ୟାନଙ୍କୁ ସାକ୍ଷାତ କଲେ ମୋଦି, ଫୋକସରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ

ଆବୁଧାବିରେ ପ୍ରଧାନମନ୍ତ୍ରୀ । UAE ରାଷ୍ଟ୍ରପତି ନାହ୍ୟାନଙ୍କୁ କଲେ ସାକ୍ଷାତ । ଏକାଧିକ ପ୍ରସଙ୍ଗରେ ଆଲୋଚନା ଜାରି । ଫ୍ରନ୍ସ ଗସ୍ତକୁ ସଫଳ କହିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ମାକ୍ରୋନଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

ଆବୁଧାବିରେ ପ୍ରଧାନମନ୍ତ୍ରୀ: UAE ରାଷ୍ଟ୍ରପତି ନାହାନଙ୍କୁ କଲେ ସାକ୍ଷାତ
ଆବୁଧାବିରେ ପ୍ରଧାନମନ୍ତ୍ରୀ: UAE ରାଷ୍ଟ୍ରପତି ନାହାନଙ୍କୁ କଲେ ସାକ୍ଷାତ

By

Published : Jul 15, 2023, 4:14 PM IST

ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଆଜି ଅପରାହ୍ନରେ ଦିନିକିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିଛନ୍ତି । ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିଛନ୍ତି । ସେଠାରେ ସେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ରାଷ୍ଟ୍ରପତି ନାହ୍ୟାନ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କୁ ସ୍ବାଗତ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଆବୁଧାବିରେ ଦୁଇ ଦେଶ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହେବ । ବାଣିଜ୍ୟ, ନିବେଶ, ଶକ୍ତି, ଖାଦ୍ୟ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନିରାପତ୍ତା ଆଦି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ତଥା ଦ୍ବିପାକ୍ଷିକ ଆଲୋଚନା ହେବ । ଫ୍ରାନ୍ସ ଗସ୍ତ ଶେଷ କରି ଆବୁଧାବି ଅଭିମୁଖେ ଯାତ୍ରା କରିବା ବେଳେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଏହାକୁ ଗୁରୁତ୍ବପୂର୍ଣ୍ଣ ଗସ୍ତ ଭାବେ ଦର୍ଶାଇବା ସହ ସେ ତାଙ୍କ ବନ୍ଧୁ ନାହ୍ୟାନଙ୍କୁ ସାକ୍ଷାତ କରିବା ନେଇ ଉତ୍ସାହୀ ଥିବା କହିଥିଲେ । ସେହିପରି ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି । ଏକାଧିକ ପ୍ରସଙ୍ଗରେ ଉଭୟ ଦେଶ ସହଭାଗିତାରେ ଆଗକୁ ବଢୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଫ୍ରାନ୍ସ ଗସ୍ତ ସାରି UAE ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ନାହ୍ୟାନଙ୍କୁ ଭେଟିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ଫ୍ରାନ୍ସ ଗସ୍ତକୁ ସ୍ମରଣୀୟ କହିବା ସହ ବସ୍ତାଇଲ ଡେ’ ପରେଡରେ ଭାଗ ନେବାର ସୁଯୋଗ ପାଇଥିବାରୁ ଅଧିକ ଖୁସି ବ୍ୟକ୍ତ କରିଛନ୍ତି । ଭବ୍ୟ ସ୍ବାଗତ ଓ ଆତିଥ୍ୟତା ପାଇଁ ସେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ଫ୍ରାନ୍ସବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବ ଆହୁରି ସୁଦୃଢ ହେବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।

ସଂଯୁକ୍ତ ଆରବ ଏମିରେଟରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବେଶ ଅଧିକ ରହିଛି । ୟୁଏଇ ଲୋକସଂଖ୍ୟାର ପ୍ରାୟ 30 ପ୍ରତିଶତ ଭାରତୀୟ ନାଗରିକ ଥିବା ସ୍ଥାନୀୟ ସରକାରୀ ରେକର୍ଡ କହୁଛି । 2021 ମସିହାରେ ଆରବ ଏମରେଟ୍ସର ତଥ୍ୟ ଅନୁସାରେ, ଏହି ସ୍ଥାନୀୟ ଲୋକସଂଖ୍ୟାର ପ୍ରାୟ 3.5 ମିଲିୟନ ଭାରତୀୟ ଥିଲେ । ତେବେ ପ୍ରତ୍ୟେକ ବିଦେଶ ଗସ୍ତ ପରି ଫ୍ରାନ୍ସରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ପ୍ରବାସୀ ଭରତୀୟ ସମୂଦାୟ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ୟୁଏଇରେ ମଧ୍ୟ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details