ଓଡିଶା

odisha

ଭାରତ ଯୋଡ଼ ପରେ କଂଗ୍ରେସର ନୂଆ ରଣନୀତି, ବ୍ଲକସ୍ତରରେ ଯୋଡ଼ିହେବାକୁ କରୁଛି ଯୋଜନା

ଭାରତ ଯୋଡ଼ ପରେ ଚୁପ ବସିବନି କଂଗ୍ରେସ (Congress) । ବ୍ଲକସ୍ତର ଲୋକଙ୍କ ନିକଟରେ ପହଞ୍ଚିବା ଲାଗି କଂଗ୍ରେସ ଆରମ୍ଭ କରିଛି ରଣନୀତି (Haath Jodo Abhiyaan) । ଅଧିକ ପଢନ୍ତୁ

By

Published : Dec 30, 2022, 7:09 PM IST

Published : Dec 30, 2022, 7:09 PM IST

Congress
Congress

ନୂଆଦିଲ୍ଲୀ:ହିଂସା ବଜାରରେ ପ୍ରେମର ଦୋକାନ ଖୋଲିଥିବା ନାରା ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) ଆରମ୍ଭ କରିଥିଲେ ଭାରତ ଯୋଡ଼ ଯାତ୍ରା (Bharat Jodo Yatra)। କନ୍ୟାକୁମାରୀଠୁ ଆରମ୍ଭ ହୋଇ ଶ୍ରୀନଗରରେ ଶେଷ ହେବାକୁ ଯାଉଥିବା ଏହି ଯାତ୍ରା ୧୦୦ରୁ ଅଧିକ ଦିନ ପୂରଣ କରିଥିଛି । ଆସନ୍ତା ଜାନୁଆରୀ ୨୩ ତାରିଖରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଶେଷ ହେବ । ଏହାପରେ କଂଗ୍ରେସ ୨୦୨୪ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଭାରତ ଯୋଡ଼ ପରେ ବ୍ଲକସ୍ତରରେ କିପରି ଲୋକଙ୍କ ସହିତ ଦଳ ଯୋଡ଼ି ହେବ ସେନେଇ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ଆସନ୍ତା ଜାନୁଆରୀ ୨୬ ତାରିଖରେ ଦଳ 'ହାଥ୍‌ ସେ ହାଥ୍‌ ଯୋଡ଼ ଅଭିଯାନ' ଆରମ୍ଭ କରିବ । ଏହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ସଫଳ କରିବା ଲାଗି କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ସହିତ ପ୍ରତି ରାଜ୍ୟରେ ଅନୁଷ୍ଠିତ କରିବାକୁ ଯୋଜନା କରିଛି । ଭାରତ ଯୋଡ଼ ଯାତ୍ରା ସଫଳ ହେବା ପରେ ପ୍ରତିଟି ବୁଥ୍‌ ସ୍ତରରେ ପ୍ରତିଟି ଭୋଟରଙ୍କ ନିକଟରେ ପହଞ୍ଚିବା ଲାଗି ଏହି ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଏହି ଅଭିଯାନର ବରିଷ୍ଠ ନେତାମାନେ ଯୋଗଦେବା ସହିତ ମହିଳା ମୋର୍ଚ୍ଚା ଲାଗି ଦଳ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦାୟିତ୍ବ ଦେଇଛି । ଏହି ଅଭିଯାନକୁ ଅଧିକ ଲୋକଙ୍କ ନିକଟକୁ ପହଞ୍ଚାଇବା ଲାଗି ପ୍ରତିଟି ରାଜ୍ୟର ପ୍ରମୁଖ ସ୍ଥାନରେ ଏକ ବିଶାଳ ସ୍କ୍ରିନ ଲାଗି ଏଥିରେ ଯାତ୍ରାକୁ ଲାଇଭ ପ୍ରଦର୍ଶିତ (Haath Jodo Abhiyaan telecast live on giant screen) କରାଯିବ ବୋଲି ଯୋଜନା ରହିଛି ।

ଏହା ବି ପଢନ୍ତୁ- ପାଠ୍ୟକ୍ରମରେ ସାମିଲ ହେବ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ

ଏଥିଲାଗି ଦଳ ବରିଷ୍ଠ ନେତୃବୃନ୍ଦଙ୍କ ସହିତ ବୈଠକ କରିଛି । ଅନ୍ୟପଟେ ଶେଷ ହେବାକୁ ଯାଉଥିବା ଭାରତ ଯୋଡ଼ ଯାତ୍ରାରେ ଅନ୍ୟ ଦଳର ପ୍ରମୁଖ ନେତାଙ୍କୁ ସାମିଲ କରିବା ଲାଗି ମଧ୍ୟ ଦଳ ଉଦ୍ୟମ କରୁଛି । କାଶ୍ମୀରରେ ହେବାକୁ ଥିବା ଏହି ଯାତ୍ରାରେ ପିଡିପି ସଭାପତି ମେହବୁବା ମୁଫ୍ତି ଯୋଗଦେବା ନେଇ ଟ୍ବିଟ କରି ସ୍ପଷ୍ଟ କରିଥିବା ବେଳେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି । କଂଗ୍ରେସର କର୍ମୀ ରାହୁଲ ଗାନ୍ଧୀଙ୍କ ହାତଲେଖା ଚିଠି ଓ ବିଜେପି ସରକାରଙ୍କ ବିରୋଧରେ ଚାର୍ଜସିଟ ପ୍ରତିଟି ଲୋକଙ୍କୁ ଦେଉଥିବା ଜଣାପଡ଼ିଛି ।

ଯାତ୍ରା ଶେଷ ହେବା ପରେ ବ୍ଲକସ୍ତରରେ କଂଗ୍ରେସର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ହେବ । ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଛନ୍ତି, "ଭାରତ ଯୋଡ଼ ଯାତ୍ରା ଆନ୍ଦୋଳନରେ ପରିଣତ ହୋଇଛନ୍ତି । ଏଥିରେ ଲକ୍ଷଲକ୍ଷ ଲୋକ ପ୍ରତିଦିନ ସାମିଲ ହୋଇଛନ୍ତି । କନ୍ୟାକୁମାରୀଠାରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ଏଯାବତ କୋଟିକୋଟି ଲୋକ ସାମିଲ ହୋଇଛନ୍ତି । କଂଗ୍ରେସ କର୍ମୀମାନଙ୍କ ବ୍ୟତୀତ ଯାତ୍ରାରେ ସାଧାରଣ ଜନତା ସାମିଲ ହୋଇଛନ୍ତି । ଯାହାକି ଦଳ ପାଇଁ ଏକ ସଫଳତା ।"

ABOUT THE AUTHOR

...view details