ଓଡିଶା

odisha

ETV Bharat / bharat

ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ASI ସର୍ଭେ ଆରମ୍ଭ

ହାଇକୋର୍ଟଙ୍କ ଅନୁମତି ପରେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଆରମ୍ଭ ହେଲା ଏଏସଆଇ ସର୍ଭେ । ଅଧିକ ପଢନ୍ତୁ

ଜ୍ଞାନବ୍ୟାପୀ ମସଜିଦ ପରିସରରେ  ଏଏସଆଇ ସର୍ଭେ
ଜ୍ଞାନବ୍ୟାପୀ ମସଜିଦ ପରିସରରେ ଏଏସଆଇ ସର୍ଭେ

By

Published : Aug 4, 2023, 8:50 AM IST

ଲକ୍ଷ୍ନୌ:ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହେଲା ଏଏସଆଇ ସର୍ଭେ । ଗୁରୁବାର ଆହ୍ଲାବାଦ ହାଇକୋର୍ଟ ମସଜିଦ କମ୍ଲେକ୍ସରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ପକ୍ଷରୁ ସାଇଣ୍ଟିଫିକ ସର୍ଭେ ପାଇଁ ଅନୁମତି ଦେବା ପରେ ଆଜି (ଶୁକ୍ରବାର) ସକାଳୁ ଏଏସଆଇର ଏକ ଟିମ୍ ବାରଣାସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦରେ ପହଞ୍ଚିଛନ୍ତି । କଡା ସୁରକ୍ଷା ମଧ୍ୟରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ସପ୍ତଦଶ ଶତାବ୍ଦୀର ଏହି ମସଜିଦ ବାସ୍ତବରେ ଏକ ମନ୍ଦିର ଉପରେ ନିର୍ମାଣ ହୋଇଛି କି ନାହିଁ ତାହାର ଅନୁଧ୍ୟାନ କରିବ ଏଏସଆଇ ଟିମ୍ ।

ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଥିବା ଜ୍ଞାନବ୍ୟାପୀ ମସଜିଦ ମନ୍ଦିର ଉପରେ ନିର୍ମାଣ ହୋଇଛି ବୋଲି ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ଏଥିପାଇଁ ପୂର୍ବରୁ ବାରଣାସୀ ଜିଲ୍ଲା କୋର୍ଟ ମସଜିଦ ପରିସରରେ ଏଏସଆଇ ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ସର୍ଭେ ହେଲେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଗତକାଲି ରାୟରେ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଥିଲେ । ଏବେ ମସଜିଦ କମିଟି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଆଜି ସର୍ବୋଚ୍ଚ ଅଦାଲତରେ ଏହି ଆବେଦନର ଶୁଣାଣି ହେବାକୁ ଥିବାବେଳେ ଆଜି ସକାଳୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: Gyanvapi Mosque Case: ଜ୍ଞାନବ୍ୟାପୀ ମସଜିଦରେ ASI ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି

ଅନ୍ୟପଟେ ସର୍ବେକ୍ଷଣ ପୁଣି ଆରମ୍ଭ ହେବା ନେଇ ବାରଣାସୀ ଜିଲ୍ଲାପାଳ ଏସ୍ ରାଜଲିଙ୍ଗମ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ଆଜି ସର୍ଭେ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନର ସହାୟତା ଲୋଡିଥିଲେ । ସର୍ଭେ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାରୁ ବାରଣାସୀ ପୋଲିସ କମିଶନରଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା । ଏବେ ସର୍ଭେ କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଏହାମଧ୍ୟ ପଢନ୍ତୁ: ASI survey: ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ମୁସଲିମ ପକ୍ଷ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ସମ୍ପର୍କିତ ଜିଲ୍ଲା କୋର୍ଟଙ୍କ ରାୟକୁ ଯୁକ୍ତିଯୁକ୍ତ ଓ ଠିକ୍ ବୋଲି କହିଥିଲେ । ନ୍ୟାୟ ପାଇଁ ଏହି ସର୍ବେକ୍ଷଣ ଆବଶ୍ୟକ । ସର୍ଭେ ଦ୍ବାରା ମସଜିଦକୁ କୌଣସି କ୍ଷତି ପହଞ୍ଚିବନି । ମସଜିଦ ପରିସରରେ କୌଣସି ଖନନ କରାନଯିବା ଉଚିତ୍ ବୋଲି କହିଥିଲେ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details