ଓଡିଶା

odisha

ETV Bharat / bharat

AfghanistanWar; ଆଫଗାନ ସଂକଟ ଭିତରେ ନୂଆ ଭିସା ଶ୍ରେଣୀ ଘୋଷଣା କଲା ଭାରତ

ଆଫଗାନିସ୍ତାନ ସ୍ଥିତି ଅତି ସଂକଟ ଆଡକୁ ଯିବାରେ ଲାଗିଛି । ତାଲିବାନ ସରକାର ଗଠନ ପାଇଁ ଲାଗି ପଡିଥିବାବେଳେ ନିରୀହ ଆଫଗାନ ଜନତା ଦେଶ ଛାଡିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ...

AfghanistanWar
AfghanistanWar

By

Published : Aug 17, 2021, 11:57 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ଅତି ସଂକଟ ଆଡକୁ ଯିବାରେ ଲାଗିଛି । ତାଲିବାନି ସରକାର ଗଠନ ପାଇଁ ଲାଗି ପଡିଥିବାବେଳେ ନିରୀହ ଆଫଗାନ ଜନତା ଦେଶ ଛାଡିବାରେ ଲାଗିଛନ୍ତି । ଆଫଗାନ ଜନତା ପୁରା ଏକାକି ହୋଇପଡିଥିବା ବେଳେ ଆଫଗାନରେ ଥିବା ନିଜ ନାଗରିକଙ୍କୁ ଫେରାଇ ନେଉଛନ୍ତି ବିଦେଶୀ ରାଷ୍ଟ୍ର ।

ଆଉ ଏପରି ସ୍ଥଳେ ଭାରତ ସରକାର ମଧ୍ୟ ସ୍ଥିତି ଦେଖି ନିଷ୍ପତ୍ତି ନେବାରେ ଲାଗିଛନ୍ତି । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଭିସା ନୀତିକୁ ସମୀକ୍ଷା କରିଛି । କେନ୍ଦ୍ର ସରକାର ଭାରତରେ ପ୍ରବେଶ ପାଇଁ ଆବେଦନରେ ଦ୍ରୁତ ଗତି ଆଣିବା ପାଇଁ ‘ଇଲେକ୍ଟ୍ରୋନିକ’ ଭିସା ନାମରେ ଏକ ନୂଆ ଶ୍ରେଣୀର ଭିସା ଘୋଷଣା କରିଛନ୍ତି ।

ଏସମ୍ପର୍କରେ ଗୃହ ମନ୍ତ୍ରଣାଳୟ ଜାରି ବିଜ୍ଞପତି ଅନୁସାରେ ‘e-Emergency X-Misc Visa’ ନାମକ ‘ଇଲେକ୍ଟ୍ରୋନିକ’ ଭିସା ଏକ ନୂଆ ଶ୍ରେଣୀରେ ପ୍ରସ୍ତୁତ କରାଯାଇଛି । ଯାହା ବର୍ତ୍ତମାନ ଭାରତକୁ ଆସିବା ପାଇଁ ଚାହୁଁଥିବା ଲୋକ ଏଣିକି ଭିସା ପାଇଁ ଅଧିକ ସମୟ ଅପେକ୍ଷା କରିବେ ନାହିଁ । ଅର୍ଥାତ ଏହି ଶ୍ରେଣୀରେ ଭିସା ଆବେଦନ କଲେ ଅତି ସହଜରେ ଭିସା ପ୍ରଦାନ ପାଇଁ ସରକାର ଉଦ୍ୟମ କରିଛନ୍ତି ।

ସେପଟେ ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି , ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ସ୍ଥିତି ଉପରେ ଆମର କଡା ନଜର ରହିଛି । ଆମ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନେଉଛି । ସ୍ଥିତି ଉପରେ କଡା ନଜର ରହିଛି । ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରୁଛୁ ବୋଲି ଜୟ ଶଙ୍କର କହିଛନ୍ତି ।

@ANI

ABOUT THE AUTHOR

...view details